ଝରକା ତାଡ଼ି ସୁନା ଅଳଙ୍କାର ଲୁଟ
ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଗେଲପୁର ପାଖ ରାଜପୁର ଗ୍ରାମରୁ ରାତିରେ ଚୋରି ନେଇ ଅଭିଯୋଗ ହୋଇଛି । ଗ୍ରାମରୁ ପ୍ରଥମ ମୁଣ୍ଡର ଘର ଓ ଶେଷ ମୁଣ୍ଡରେ ଥିବା ଘରୁ ଝରକା ତାଡ଼ି ଗଡ଼ରେଜ ଭାଙ୍ଗି ସୁନା ଅଳଙ୍କାର ଗହଣା ଓ ଟଙ୍କା ଲୁଟି ନେଇଛନ୍ତି । ଯାହା ନେଇ ମନୋଜ ଦାସ ଓ ରବୀନ୍ଦ୍ର ଜେନା ଥାନାରେ ଏତଲା ଦେଇଛନ୍ତି । ସକାଳୁ ପୁଲିସ ଘଟଣାର ଖବର ପାଇବି ଘଟଣା ସ୍ଥଳକୁ ନଯିବା ଫଳରେ ଗାଁ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା । ପରେ ଅତିରିକ୍ତ ଏସ୍ପିଙ୍କୁ ଜଣାଇବା ପରେ ସନ୍ଧ୍ୟାରେ ଆସି ପୁଲିସ ତଦନ୍ତ କରି ଫେରିଥିବା ଗାଁ ଲୋକେ କହିଛନ୍ତି ।