ଶବ୍ଦ ପ୍ରଦୂଷଣରୁ ଆୟୁ ହ୍ରାସ ପର୍ଯ୍ୟନ୍ତ

ଶବ୍ଦ ପ୍ରଦୂଷଣରୁ ଆୟୁ ହ୍ରାସ ପର୍ଯ୍ୟନ୍ତ

ବର୍ତ୍ତମାନ ସମୟରେ ଯାନ ବାହାନରଚଳାଚଳ, ବିଭିନ୍ନ ଧର୍ମୀୟ ଭାବନା, ଉତ୍ସବ, ମେଳା ପର୍ବପର୍ବାଣୀ ଆଦିକୁ ନେଇଗ୍ରାମାଞ୍ଚଳରୁ ଆରମ୍ଭ କରିସହରାଞ୍ଚଳ ପର୍ଯ୍ୟନ୍ତ ଶବ୍ଦ ପ୍ରଦୂଷଣ ବଢ଼ିବଢ଼ି ଚାଲିଛି । ଏହାକେବଳ ଆମ ଦେଶରେ ନୁହେଁ, ସମଗ୍ରବିଶ୍ୱ ପାଇଁଏହା ଏକ ବଡ଼ ଆହ୍ୱାନ । ବାୟୁ ପ୍ରଦୂଷଣଯୋଗୁଁ ପରିବେଶରେ ପରିବର୍ତ୍ତନଜନିତବିପଦ ଆମ ଆଡ଼କୁ ଘନେଇ ଆସୁଥିବା ବେଳେ ଶବ୍ଦ ପ୍ରଦୂଷଣ ଏକ ବିରଳଘାତକଭାବରେମୃତୁ୍ୟ ଆଡ଼କୁ ଟାଣିନେଉଛି । ମଣିଷର ଆୟୁଷ ଦିନକୁ ଦିନ କମିବାରେଲାଗିଛି । ସହରାଞ୍ଚଳରେ ବର୍ତ୍ତମାନ ରାସ୍ତାରେ ଯିବା ଆସିବାରେ ଯେତିକି ସମୟ ଯାଉ ନାହିଁ, ତା'ଠାରୁ ଅଧିକ ସମୟ ଟ୍ରାଫିକ୍ ଛକରେ ସବୁଜ ସଙ୍କେତକୁ ଅପେକ୍ଷା କରିବାରେ । ଯେତିକି ସମୟ ଆମେ ଜନଗହଳି ପୂର୍ଣ୍ଣଟ୍ରାଫିକ୍ ଛକରେ ଛିଡ଼ା ହେଉଛୁ, ସେତିକି ସମୟରେ ଆମେ ଯାନବାହାନର ବିକଟାଳ ଗର୍ଜନ, ଅନାବଶ୍ୟକ ଭାବରେ ଲୋକେ ବଜାଉଥିବା ହର୍ଣ୍ଣର ଶବ୍ଦ ଆମକୁ ଅନିଚ୍ଛା ସତ୍ତ୍ୱେ ଶୁଣିବାକୁ ପଡୁଛି । ବର୍ତ୍ତମାନ କିଛିବାଇକ୍ ଅତି ବିକଟାଳ ଶବ୍ଦ କରି ରାସ୍ତାରେ ଯିବା ଆସିବା କରୁଛିଏବଂ ଅତି ଦ୍ରୁତଗତିରେ ଚାଲୁଛି । ଏଭଳି ବାଇକ୍ ଗୁଡ଼ିକର ସାଇଲେନ୍ସର୍ରୁ ସୃଷ୍ଟି ହେଉଥିବା ଶବ୍ଦ ସିଧା ଜାତୀୟ ରାଜପଥରେ ପ୍ରାୟ ଦୁଇକିଲୋମିଟର ପର୍ଯ୍ୟନ୍ତ ଶୁଣାଯାଉଛି । ଏହିଭଳି ଶବ୍ଦ ପ୍ରଦୂଷଣର ସମସ୍ୟାକୁ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ଏକ ଗୁରୁତର ପ୍ରସଙ୍ଗ ଭାବରେ ନେଇଛି । ଏ ସମ୍ପର୍କିତ ଏକ ରିପୋର୍ଟ୍ ପ୍ରସ୍ତୁତକରି ପ୍ରକାଶ ମଧ୍ୟ କରିଛି । ଶବ୍ଦ ପ୍ରଦୂଷଣଯୋଗୁଁ ବିଭିନ୍ନ ପ୍ରକାରର ଘାତକ ରୋଗସୃଷ୍ଟି ହେଉଥିବା ଦେଖାଯାଇଛି । ଇଏ ତ ଗଲା ପରିବହନ ଜନିତ ଶବ୍ଦ ପ୍ରଦୂଷଣ । 
ବର୍ତ୍ତମାନ ଅଧିକାଂଶ କର୍ମନିଯୁକ୍ତି କଳକାରଖାନା ଗୁଡ଼ିକରେ ହିଁହେଉଛି । କଳକାରାଖନାର ଶବ୍ଦରେ କାନ ଅତଡ଼ା ମାଡ଼ିଯାଉଛି । କର୍ମଚାରୀମାନେ କାମସାରି ଘରକୁ ଫେରିବା ବେଳକୁ ମସ୍ତିଷ୍କରେ ଯନ୍ତ୍ରଣା ଅନୁଭବ କରୁଛନ୍ତି । ବାୟୁ ପ୍ରଦୂଷଣ ପରେ ଶବ୍ଦ ପ୍ରଦୂଷଣହେଉଛି ଦ୍ୱିତୀୟବଡ଼ ନୀରବଘାତକ । ଶବ୍ଦ ପ୍ରଦୂଷଣ ଯୋଗୁଁ ସହରୀ ଲୋକମାନଙ୍କର ହାରାହାରି ଆୟୁଷ ୧୦ଶତାଂଶକମିଯାଉଛି । ଏହି ଶବ୍ଦ ପ୍ରଦୂଷଣ ଯୋଗୁଁ ଉଚ୍ଚ ରକ୍ତଚାପ, ହୃଦ୍ଘାତ, ଅନିଦ୍ରା, ନିଦ ଭାଙ୍ଗିଯିବା ତଥା ଆଉ ନିଦ ନହେବା ଭଳି ବିଭିନ୍ନପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟାସୃଷ୍ଟି ହେଉଛି । ଏବେଏହାଉପରେ ପ୍ରସ୍ତୁତ ହୋଇଥିବା ରିପୋର୍ଟ୍ରେ ଯାହାସବୁ ପ୍ରକାଶ ପାଉଛି ସେଥିରେ ଭୟ ସୃଷ୍ଟିହେବ । ଉଚ୍ଚ ଶବ୍ଦ ଯୋଗୁଁଶରୀରରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ବାହର୍ମୋନ୍ରକ୍ଷରଣ ହେଉଛି । ଏହିସବୁ ସ୍ନାୟୁ ବିଭାଗକୁ କ୍ଷତି ପହଞ୍ଚାଉଛି । 
ବର୍ତ୍ତମାନ ବିଶ୍ୱସ୍ୱାସ୍ଥ୍ୟସଙ୍ଗଠନ ରିପୋର୍ଟ୍ରେ ଦର୍ଶାଯାଇଛି ଯେ ଟ୍ରାଫିକ୍ ଛକରେ ଅଧିକ ସମୟ ରହିଲେ ୫ବର୍ଷରେ ହୃଦ୍ଘାତ ଭଳି ସମସ୍ୟାର ଆଶଙ୍କା ବଢ଼ିଯାଉଛି । ୫୩ ଡ଼େସିବେଲ୍ରୁ ଅଧିକ ଟ୍ରାଫିକ୍ ଶବ୍ଦ ଏବଂ ୪୫ ଡ଼େସିବେଲ୍ରୁ ଅଧିକ ବିମାନ ଉଡ଼ାଣର ଶବ୍ଦ ମଣିଷକୁ ରୋଗଗ୍ରସ୍ତ କରିବାର  ଆଶଙ୍କା ସୃଷ୍ଟି କରିସାରିଲାଣି ।  ଆମେରିକା ଭଳି ବିକଶିତରାଷ୍ଟ୍ରର ଏକ ତୃତୀୟାଂଶ ବ୍ୟକ୍ତିବର୍ତ୍ତମାନ ଶବ୍ଦ ପ୍ରଦୂଷଣ ଜନିତ ସମସ୍ୟାକୁ ନେଇଚିନ୍ତି ତ । 
ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ବାୟୁ ପ୍ରଦୂଷଣ ଏକ ନୀରବ ଘାତକ ସାଜିଥିବା ବେଳେ ଆମ ଦେଶରେ ଶବ୍ଦ ପ୍ରଦୂଷଣପାଇଁ ସେତେଟା ଗୁରୁତ୍ୱ ଏ ପର୍ଯ୍ୟନ୍ତ ଦିଆଯାଇନାହିଁ । କାରଣ ବିକାଶଶୀଳ ରାଷ୍ଟ୍ରଗୁଡିକରେ ବିଭିନ୍ନ ପ୍ରକାରର ନିର୍ମାଣକାର୍ଯ୍ୟ ନିମିତ୍ତ ଯନ୍ତ୍ରପାତିର ବ୍ୟବହାର, ପାହାଡ଼ ଫଟାଇ ପଥର ଭାଙ୍ଗିତାକୁ ଗେଟିଚିପ୍ସରେ ପରିଣତ କରାଯିବା, ଖାଦ୍ୟ ପ୍ରକ୍ରିୟାକରଣଠାରୁ ଆରମ୍ଭ କରିଶିଳ୍ପଉତ୍ପାଦନ ପର୍ଯ୍ୟନ୍ତ ପ୍ରତ୍ୟେକକ୍ଷେତ୍ରରେ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ଯନ୍ତ୍ରର ବ୍ୟବହାର ଆମ ପାଇଁ ଅପରିହାର୍ଯ୍ୟ । ଏଭଳି ପରିସ୍ଥିତିରେ ଭାରତୀୟମାନେ ଶବ୍ଦ ପ୍ରଦୂଷଣ ଜନିତ ସମସ୍ୟା ପ୍ରତିସଚେତନ ହେବାଉଚିତ୍ ।