ପ୍ରବାସିନୀ ମହାନ୍ତି : ପୁଣ୍ୟମାସ ଧର୍ମମାସ କାର୍ତ୍ତିକ ପରେ ପରେ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ପ୍ରିୟ ମାସ ଓ ଶ୍ରେଷ୍ଠ ମାସ ମାର୍ଗଶିର ମାସ ଆସିଯାଏ । ଏହି ମାସର ଗୁରୁବାର ଦିନ ଗୁଡ଼ିକ ଏହାର ଶ୍ରେଷ୍ଠତା ପ୍ରତିପାଦନକରେ । ଓଡ଼ିଆଘରର ପ୍ରାଙ୍ଗଣ ଗୋବରରେ ଲିପାପୋଛା ଓ ଘରଦ୍ୱାର ପରିଷ୍କାର ପରିଚ୍ଛନ୍ନ କରାଯାଇଥାଏ । ଓଡ଼ିଆର ରୁକଳା ଝୋଟି, ନାନା କୋଟି ଚିତା, ଅଷ୍ଟଦଳପଦ୍ମ, ସେଥିରେ ଲକ୍ଷ୍ମୀଙ୍କର ପାଦ, ହୁଳୁହୁଳି, ଶଙ୍ଖ, ଘଣ୍ଟି, ଝୁଣା, ଧୂପ, ଅଗରୁ ବାସରେ ସାରାପୁରପଲ୍ଲୀ ମହକି ଉଠେ। ସାରା ସଂସାରଟା ଶୁଦ୍ଧ ପବିତ୍ର ଲାଗେ । ମର୍ତ୍ତ୍ୟପୁରୀଟା ଅମରାବତୀର ଭ୍ରମ ସୃଷ୍ଟି କରେ, କାରଣ ମହାଲକ୍ଷ୍ମୀ ନଗର ଭ୍ରମଣରେ ଆସନ୍ତି, ଘରକୁ ଘର ଯାଆନ୍ତି । ତାଙ୍କର ଆଗମନରେ, ଘର ବୈକୁଣ୍ଠ ସମାନ ଅମୃତମୟ ଦିବ୍ୟ ଆନନ୍ଦ ସୃଷ୍ଟିକରେ । ଯାହକୁ ତାଙ୍କର କରୁଣା ମିଳିଯାଏ, ତା’ର ଅନ୍ନ, ଜଳ, ବସ୍ତ୍ର ଓ ବାସଗୃହ, ଧନଧାନ୍ୟର ଅଭାବ ରୁହେନାହିଁ । ମାର୍ଗଶିର ମାସରେ, ଗୁରୁବାର ଗୁଡ଼ିକରେ, ଘରେ ଘରେ ଯେଉଁ ଲକ୍ଷ୍ମୀଙ୍କ ପୂଜା ହୁଏ, ତାକୁ “ମାଣ ବସା” ପୂଜା କୁହାଯାଏ । ଓଡ଼ିଆ ଜାତିର ସବୁଠୁ ଲୋକପ୍ରିୟ ଓ ନିଆରା ପୂଜା । ମାଣରେ ଶୁକ୍ଳଧାନକୁ ପୂର୍ଣ୍ଣକରି ଶୁକ୍ଳ ଧାନର ମେଣ୍ଟାକୁ ଖଟୁଲୀ ଉପରେ ରଖି ଧାନ୍ୟଲକ୍ଷ୍ମୀ ଭାବେ ପୂଜାକରାଯାଏ । ତାହାହିଁ ମା’ଲକ୍ଷ୍ମୀ, ଅନ୍ନପୂର୍ଣ୍ଣାଙ୍କର ପ୍ରତୀକ ଭାବେ ପଡ଼ିଦାତ୍ରୀ ଓ ଅନ୍ନଦାତ୍ରୀ ନାମକୁ ସାର୍ଥକ କରେ । ତାଙ୍କର ଦୟାରୁ ଜଗତ ଶସ୍ୟଶ୍ୟାମଳା ହୁଏ । ଲକ୍ଷ୍ମୀଙ୍କର ପ୍ରିୟ ପଦ୍ମଫୁଲ, ସେ ତା’ଉପରେ ଆସୀନା ହୁଅନ୍ତି ଓ ସେ ମଧ୍ୟ ପଦ୍ମହସ୍ତା, ସତ୍ୟଶିବ ସୁନ୍ଦରର ପ୍ରତୀକ ପଦ୍ମ! ଗୃହିଣୀମାନେ ସେହି ଖଟୁଲିରେ କୁସୁମଫୁଲ, ଆଖୁ, ପାଚିଲା କଦଳୀ, ଅଦା, ମୂଳା, ସୋରିଷଫୁଲ ମଧ୍ୟ ରଖନ୍ତି । ମାଣକୁ ଚିତ୍ରିତ କରି ସୁଶୋଭିତ କରନ୍ତି । ଧୂପ, ଦୀପ, ନୈବେଦ୍ୟ ଯଥା ଚିତୋଉ, ମଣ୍ଡା, ଦହିଭାତ, ପଞ୍ଚାମୃତ, ଫଳମୂଳ, ବ୍ୟଞ୍ଜନ ଦେଇ ପଞ୍ଚୋପ·ରରେ ପୂଜା କରନ୍ତି । ବାଳଧୂପ, ଶଙ୍ଖୁଡ଼ି ଆଉ ଉଦ୍ଯାପନ ବିଧିରେ ପୂଜା ସମାପ୍ତ କରନ୍ତି । ଗୃହିଣୀମାନେ, ବଳରାମ ଦାସଙ୍କର ରଚିତ “ଲକ୍ଷ୍ମୀପୁରାଣ” ପାଠ କରିଥାଆନ୍ତି ।
ଶ୍ରୀୟା ନାମରେ ଜଣେ ଗରିବ ନୀଚ୍ଚଜାତିର ମହିଳା, କିପରି ଘରକୁ ଗୋମୟରେ ପରିଷ୍କାର କରି ପଦ୍ମଫୁଲ ଝୋଟି ପକାଇ, ନିଜେ ଶୁଦ୍ଧ ପୂତ ହୋଇ ଭକ୍ତି ଚିତ୍ତରେ ମାଲକ୍ଷ୍ମୀଙ୍କୁ ଆବାହନ କଲା । କିପରି ତା’ର ଅଚଳା ଭକ୍ତିରେ ସୁନ୍ତୁଷ୍ଟ ହୋଇ ବାଇଠାକୁରାଣୀ ତା’ କୁଡ଼ିଆରେ ଉଭାହୋଇ ବରଦାନ ଦେଲେ, ତାକୁ ଧନସଂପତ୍ତିରେ ସମୃଦ୍ଧ କରାଇଥିଲେ । ତାହା ବର୍ଣ୍ଣନା ଅଛି । ସ୍ୱେଚ୍ଛାର ଭାବେ ଲକ୍ଷ୍ମୀ ଚଣ୍ଡାଳ ସାହିକୁ ଯାଇଥିଲେ ବୋଲି, ଶ୍ରୀମନ୍ଦିରରେ ତାଙ୍କ ଲାଗି ପ୍ରବେଶ ନିଷେଧ ହେଲା । ଦେଢ଼ଶୁର ବଳଭଦ୍ର ଓ ସ୍ୱାମୀ ଜଗନ୍ନାଥ ତାଙ୍କୁ ମନ୍ଦିରରୁ ବିତାଡ଼ିତ କରିଥିଲେ । ସ୍ୱାଭିମାନର ସହ ଲକ୍ଷ୍ମୀ ସେଠାରୁ ପଳାଇ ନିଜର ଉଆସ ବନାଇ ରହିଲେ ଏବଂ ଆସିବା ଆଗରୁ ଦୁଇଭାଇଙ୍କୁ କହିକି ଆସିଥିଲେ, “ମୋତେ ଚଣ୍ଡାଳୁଣୀ କହି ଘୋଉଡ଼ାଇ ଦେଲ, ଅନ୍ନ ବସ୍ତ୍ର ତୁମକୁ ମିଳିବ ନାହିଁ । ବାରବର୍ଷ କାଳ ସେମିତି ଭ୍ରମିବ । “ମୁଁ ଚଣ୍ଡାଳୁଣୀ ଯେବେ ଟେକି ଦେବି ଅନ୍ନ, ଭୋଜନ କରିବ ତେବେ କାଳୀୟ ଗଞ୍ଜନ ।” ମା ଲକ୍ଷ୍ମୀ, ଜଗତର ପଡ଼ିଦାତ୍ରୀ । ସେ ଆଦିଲକ୍ଷ୍ମୀ , ଧନଲକ୍ଷ୍ମୀ ଓ ବିଜୟଲକ୍ଷ୍ମୀ ଭାବେ ପରିଚିତା ଓ ପୂଜ୍ୟା । ସଂପଦା ଓ ବୈଭବର ଠାକୁରାଣୀ ଶ୍ରୀ ମନ୍ଦିରରୁ ଗଲାପରେ ମନ୍ଦିର ଶ୍ରୀହୀନ ହୋଇଗଲା । ବାରବର୍ଷ କାଳ ଅଖିଆ, ଅପିଆ ଅରକ୍ଷିତ ହୋଇ ବୁଲିଲେ ଦୁଇଭାଇ ଶ୍ରୀବଳରାମ ଓ ଶ୍ରୀଜଗନ୍ନାଥ । ନାରୀ ଜାତିକୁ ଯଦିସମ୍ମାନ ଦିଆଯାଏ ନାହିଁ, ବା ତାଙ୍କର ସମୁଚିତ କାର୍ଯ୍ୟକୁ ଅଣଦେଖା କରାଯାଏ, ତେବେ, ଘରର ଶ୍ରୀତୁଟିଯାଏ । ଯେଉଁଦିନ ଦୁଇଭାଇ ନିଜର ଭୁଲ୍ କାମ ପାଇଁ ପ୍ରାୟଶ୍ଚିତ କଲେ, ତେବେଯାଇ ମା’ଲକ୍ଷ୍ମୀ ଦୟାକଲେ । ସେମାନେ ଲକ୍ଷ୍ମୀଙ୍କ ପାଖକୁ ଗଲେ କ୍ଷମା ମାଗିଲେ, ଲକ୍ଷ୍ମୀ ସବୁ ଅଭିମାନ ତ୍ୟାଗ କରି ନିଜେ ରୋଷେଇ କଲେ ଓ ପରିବେଷଣ ମଧ୍ୟ କଲେ ।
ଲକ୍ଷ୍ମୀ ଏକ ସ୍ତ୍ରୀ ସୁଲଭ ଗୁଣରେ ଦୋଷକ୍ଷମାକରି ଆପଣାଇଲେ, ସେମାନଙ୍କ ଭ୍ରମ ଦୂର ହେଲା । ସେ ଜାଣିଲେ, ସ୍ତ୍ରୀ ବିନା ପୁରୁଷ ସଂସାରରେ ଏକାକୀ ଚଳିବା କେତେ କଷ୍ଟକର ! ବଡ଼ ଦେଉଳକୁ ଦୁଇଭାଇ ସସମ୍ମାନେ ଲକ୍ଷ୍ମୀଙ୍କୁ ଆଣିଲେ । ତେବେ ଯାଇ ମନ୍ଦିର ଶ୍ରୀମନ୍ଦିର ହେଲା । ଗୃହର ଶୋଭା ବଢ଼ାନ୍ତି ସ୍ତ୍ରୀ ରୂପକ ଲକ୍ଷ୍ମୀ । ଏହାଥିଲା ବଳରାମ ଦାସଙ୍କ ସମାଜକୁ ବାର୍ତ୍ତା । ଖାଲି ଏତିକି ନୁହେଁ, ସେ ଲକ୍ଷ୍ମୀପୁରାଣ ମାଧ୍ୟମରେ ଅନେକ କଥା ଶିକ୍ଷା ନେଇଛନ୍ତି । ଯେଉଁ ସ୍ତ୍ରୀଲୋକ ବ୍ରାହ୍ମଣ ହେଉ କି ଚଣ୍ଡାଳ, ଧନୀ ହେଉ କି ଦରିଦ୍ର, ସଦା·ର, ଏକାଗ୍ରଚିତ୍ତରେ ଭକ୍ତି, ନୀତିନିୟମର ନିଷ୍ଠା , ପରିଷ୍କାର ପରିଚ୍ଛନ୍ନ, ଶୁଦ୍ଧପୂତ ହୋଇ ତା ନିଜର କର୍ମ ସଂପାଦନକରେ, ତା’ଘରେ ଶ୍ରୀ ସଂପନ୍ନ ଓ ସମୃଦ୍ଧ ହୁଏ । ମାନବ ବାଦରେ ଜାତି, ଅଜାତି, ଭେଦାଭେଦ ରହିବା ଉଚିତ୍ ନୁହେଁ । ଯେକୌଣସି ଲୋକ ଯଦି ନିର୍ମଳ ଚିତ୍ତରେ ବ୍ରହ୍ମଜ୍ଞାନ ପ୍ରାପ୍ତ ହୁଏ ଶୁଦ୍ଧପୂତ ଜୀବନ ଯାପନ କରେ, ସେ ଯେଉଁ ଜାତିର ହୋଇଥାଉନା କାହିଁକି ସେ ଦେବ ବ୍ରାହ୍ମଣତୁଲ୍ୟ ସମ୍ମାନର ଅଧିକାରୀ ହେବା ଉଚିତ୍ । ଯେ ଦାନୀ, ସତ୍ୟବାଦୀ, ଶୁଦ୍ଧ ପବିତ୍ର ମନା, ଦୟା, କ୍ଷମା, ଜ୍ଞାନର ଅଧିକାରୀ, ପରପୋକାରୀ, କର୍ମନିଷ୍ଠାରେ ପରାକାଷ୍ଠା ଗୁଣର ଅଧିକାରୀ, ସେ କେବଳ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ଭାବେ ପୂଜା ପାଏ । ଅନ୍ୟପକ୍ଷରେ ଯଦି ଜଣେ ଉଚ୍ଚକୁଳରେ ଜନ୍ମ ହୋଇ ସୁଦ୍ଧା, ମାଂସାହାରୀ, ଅତ୍ୟା·ରୀ, ଗର୍ବୀ, ଦୁରା·ରୀ, ଅହଂକାରୀ, ଅମାନବୀୟ ଗୁଣରେ ପରିପୂର୍ଣ୍ଣ ସେ ଚଣ୍ଡାଳ ସହ ତୁଳନୀୟ । ଏହା ମଧ୍ୟ ବଳରାମଦାସଙ୍କର ସମାଜକୁ ଶିକ୍ଷା ।
ଧାନମାଣରେ ଲକ୍ଷ୍ମୀ, ଏହା ହେଉଛି ଧନ୍ୟଲକ୍ଷ୍ମୀଙ୍କର ପ୍ରତୀକ ବା ପ୍ରତିରୂପ । ତାଙ୍କର କୃପାରେ ଘରେ ଶସ୍ୟ ସଂପଦ ଭରିରୁହେ । ମଣିଷର ସୁସ୍ଥ ଶରୀର ଓ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ଆବଶ୍ୟକ । ଅନ୍ନଦ୍ୱାରା ଶରୀରର ପୁଷ୍ଟି ସାଧିତ ହୁଏ । ଜୀବର ପ୍ରତିପୋଷଣ ପାଇଁ ଯାହା ଆବଶ୍ୟକ ତାହା ସେ ପ୍ରଦାନ କରିଥାନ୍ତି । ଏହା ବ୍ୟତୀତ ଓଡ଼ିଶାର ଅଧିକାଂଶ ପର୍ବପର୍ବାଣି କୃଷିଭିତ୍ତିକ ଏବଂ ଆମ୍ଭମାନଙ୍କର ସ୍ୱାସ୍ଥ୍ୟ ସହ ଜଡ଼ିତ । ବିଭିନ୍ନ ଋତୁରେ ମିଳୁଥିବା କିମ୍ବା ଅମଳହେଉଥିବା ଶସ୍ୟ, ଫଳ, ପନିପରିବା, ଔଷଧୀୟ ବୃକ୍ଷ ଗୁଡ଼ିକୁ ଆମର ପୂର୍ବପରୁଷ ଓ ମହାମନୀଷୀମାନେ ସେହି ଋତୁରେ ପାଳନ କରାଯାଉଥିôବା ପର୍ବପର୍ବାଣି ସହ ଅତି ଚତୁରତାର ସହିତ ସଂଯୋଗ କରିଛନ୍ତି, ଯାହାକି ଆମ୍ଭଙ୍କୁ ନୀରୋଗ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ । ଲକ୍ଷ୍ମୀଙ୍କ ପୂଜାରେ ମାଣସହ, ମାର୍ଗଶିର ମାସରେ ଅମଳ ହେଉଥିବା, ଶାରଦ ଧାନ, ମୂଳା, ଆଖୁ, ଅଦା, ପାଚିଲାକଦଳୀ, ଅଁଳା, ସୋରିଷଫୁଲ ଆଦି ପୂଜା କରାଯାଏ । ଉପରୋକ୍ତ ପ୍ରତ୍ୟେକ ଦ୍ରବ୍ୟ, ଜୀବଜଗତକୁ, ଜୀବନ୍ତ, ସତେଜ ଓ ତେଜୋମୟ କରିବା ସହିତ ଜୀବନଶକ୍ତିକୁ ଉଜ୍ଜୀବିତ କରିଥାଏ । ଅଦାରେ ଥିବା ଔଷଧୀୟ ତତ୍ତ୍ୱ ବିଭିନ୍ନ ରୋଗ ଯଥା, ଥଣ୍ଡା, କାଶ, କଫର ପ୍ରାବଲ୍ୟକୁ ପ୍ରଶମିତ କରିବା ସହ ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଶୀତ ଋତୁରେ ପେଟରେ ବାୟୁଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଶରୀରରୁ ବାୟୁ ନିଷ୍କାସନ ପାଇଁ ମୂଳାରେ ଥିବା ବିଶେଷ ତତ୍ତ୍ୱ ସାହାଯ୍ୟ କରେ । ଆଖୁ ଶରୀରର ଶର୍କରା ନିୟନ୍ତ୍ରଣ କରେ । ସୋରିଷଫୁଲ ଭିତରେ ଥିବା ମଧୁକଣିକା ଅତି ଉତ୍କୃଷ୍ଟ ମାନର । ଏହି ଋତୁରେ ମହୁମାଛିମାନେ ସୋରିଷଫୁଲରୁ ମଧୁ ସଂଗ୍ରହ କରିଥାନ୍ତି । ଆମ ଶରୀର ପାଇଁ ମହୁ ଅତି ଉପାଦେୟ ଓ ଔଷଧୀୟ ତତ୍ତ୍ୱରେ ଭରପୂର । ସେଥିପାଇଁ ମା’ଙ୍କ ପୂଜାରେ ପ୍ରକାରାନ୍ତେ ସୋରିଷଫୁଲକୁ ସଂଯୋଗ କରାଯାଇଛି । ଗୋବରରେ ଥିବା ଷାଠିଏ ପ୍ରକାରର ଲାଭଦାୟକ ସୁକ୍ଷ୍ମଜୀବ ଓ ଜୈବିକ ଉପାଦାନ , ଅନିଷ୍ଟକାରୀ ଭୂତାଣୁ ଓ ଜୀବାଣୁମାନଙ୍କୁ ପ୍ରତିହତ କରିଥାଏ । ଏହା ଆମ ଲାଗି ରକ୍ଷାକବଚ କହିଲେ ଅତ୍ୟୁକ୍ତି ହେବନାହିଁ । ମାଣବସାର ଧାର୍ମିକ ଚେତନା ମଧ୍ୟରେ ବୈଜ୍ଞାନିକ ତତ୍ତ୍ୱ ଯେ ସୁନ୍ଦରଭାବେ ସଂଯୋଜିତ ହୋଇ ରହିଛି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଏଇଠି ଲେଖିରଖେ, ଧାନ୍ୟମାଣରେ ମା’ଲକ୍ଷ୍ମୀ ସୀମିତ ନୁହଁନ୍ତି । ସେ ଓଡ଼ିଆଘରର ସ୍ୱାଭିମାନ । ଓଡ଼ିଆର ଅସ୍ମିତା ଓଡ଼ିଶାର ସଂସ୍କୃତି, ସଂସ୍କାର, ପରମ୍ପରା, ପାରିବାରିକ ଚଳଣି, ନାରୀସମ୍ମାନ, ଗରୁଜନ ଭକ୍ତି, ଅସ୍ପୃଶ୍ୟତା ଦୂରୀକରଣ, ପିଲାମାନଙ୍କ ପ୍ରତି ଶ୍ରଦ୍ଧା, ସ୍ନେହ ଓ ଦାୟିତ୍ୱ, ଗୃହର ଶୁଦ୍ଧତା ଓ ପବିତ୍ରତାକୁ ଓଡ଼ିଆର ଜୀବନଧାରାର ମହତ୍ତ୍ୱକୁ ପ୍ରତିପାଦିତ କରେ, କିନ୍ତୁ ଆଜିର ଦୁନିଆରେ ଏହା ସ୍ୱପ୍ନ । ଗୁରୁଜନଙ୍କୁ ସମ୍ମାନ ନାହିଁ କିମ୍ବା ସାନ ମାନଙ୍କ ପ୍ରତି ଦୃଷ୍ଟି ନାହିଁ । ଆଧୁନିକତା ନାମରେ ଝିଅମାନେ ସ୍ୱେଚ୍ଛା·ରକୁ ଅଗ୍ରାଧିକାର ଦେଉଛନ୍ତି ।
ଦୁର୍ବିସହ ଜୀବନ ବିତାଉଛନ୍ତି । ପିତାମାତାଙ୍କୁ ଦୁର୍ବ୍ୟବହାର, ସଂଯମହୀନ ପୋଷାକ ପରିଚ୍ଛେଦ, ପରନିନ୍ଦା, ପରଚର୍ଚ୍ଚାରେ ନିମଗ୍ନ, ଧୈର୍ଯ୍ୟହୀନ, ବିଶୃଙ୍ଖଳା, ବିଷାଦଗ୍ରସ୍ତରେ ପରିପୂର୍ଣ୍ଣ ଆଜିର ଯୁବପିଢ଼ି । ଅଧିକାଂଶ କନ୍ୟା ଓ ନାରୀ ମଦ୍ୟପାନ କରି ଲଜ୍ଜ୍ୟାହୀନ ଭାବେ ନିଜକୁ ଓ ସମାଜକୁ ପତନମୁଖୀ କରିବାରେ ବ୍ୟସ୍ତ । ଘରର ପୁଅମାନେ ଉଚ୍ଛୃଙ୍ଖଳ, ସୁରା ନାରୀ ସକ୍ତ । ଏଥିପାଇଁ କିଏ ଦାୟୀ ? ଘରର ମା, ବାପା ମାନେ ସାକ୍ଷାତ୍ ଲକ୍ଷ୍ମୀ, ନାରାୟଣ । ଗୃହ ଲକ୍ଷ୍ମୀମାନେ, ସଜାଡ଼ିପାରିବେ ଏହି ପତନମୁଖୀ ସମାଜକୁ । ତେଣୁ ସେମାନେ ସଦା·ରୀ ହୋଇ ସନ୍ତାନମାନଙ୍କୁ ଦିଗ୍ଦର୍ଶନ ଦେଲେ, ସମାଜରେ ଏତେ ଭ୍ରଷ୍ଟା·ର ହୁଅନ୍ତା ନାହିଁ । ପିତା ମାତା ଗୃହର ମଜଭୁତ୍ ମେରୁଦଣ୍ଡ । ନାରୀ ଜାତିକୁ ପ୍ରତିନିଧିତ୍ୱ କରନ୍ତି ଲକ୍ଷ୍ମୀ । କାହାଘରେ ଝିଅଟିଏ ଜନ୍ମ ହେଲେ ଲୋକେ କୁହନ୍ତି ଲକ୍ଷ୍ମୀ ଆସିଲେ । ବୋହୂଟିଏ ଘରକୁ ଆସିଲେ କୁହନ୍ତି ଗୃହଲକ୍ଷ୍ମୀ ଆସିଲେ । ଆଉ ସଂପୂର୍ଣ୍ଣ ପରିବାର ଦାୟିତ୍ୱ ଯାହା ଉପରେ ନ୍ୟସ୍ତଥାଏ, ସେ ହେଲେ ମହାଲକ୍ଷ୍ମୀ । ମାନବୀଶରୀରରେ ଲକ୍ଷ୍ମୀସ୍ୱରୂପା । ଏହିପରି ବିଭିନ୍ନ ରୂପରେ ସର୍ବବ୍ୟାପୀ ଜଗତଜନନୀ ମା’ଲକ୍ଷ୍ମୀ ଯୁଗଯୁଗଧରି ପ୍ରାଣୀଜଗତକୁ ଉଜ୍ଜୀବିତ କରି ରଖିଛନ୍ତି । ଶ୍ରୀକ୍ଷେତ୍ରରେ ବିଜେ ଲକ୍ଷ୍ମୀ କେବଳ ଦେବୀଠାକୁରାଣୀ ନୁହଁନ୍ତି, ସେ ଆଦର୍ଶ ଓଡ଼ିଆଣୀ ବୋହୂ ରୂପେ ବିରାଜିତା । ଓଡ଼ିଆ ଘରର ଚଳଣି ପରି, ସ୍ୱାମୀ, ଦେଢ଼ଶୁର, ନଣନ୍ଦଙ୍କୁ ନେଇ ତାଙ୍କ ସଂସାର । ଛପନ ପଉଟି ରନ୍ଧନ କରନ୍ତି । ପରିବେଷଣ ମଧ୍ୟ କରନ୍ତି । ସ୍ୱାମୀ ଉପରେ ମଧ୍ୟ ରାଗନ୍ତି, ଅଭିମାନ କରନ୍ତି । ବଡ଼ ତେଢ଼ଶୁରଙ୍କୁୁ ମଧ୍ୟ ସମ୍ମାନ କରନ୍ତି । ବଡ ସାନ କିଏ ପ·ରି ଆଗେ ବଡକୁ ଅଗ୍ରାଧିକାର ଦେଇ ଖାଦ୍ୟ ପରଷନ୍ତି । ରଥଯାତ୍ରାରେ ଜଗନ୍ନାଥ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥିଲେ ବୋଲି, ତାଙ୍କର ଅଭିମାନକୁ ଭାଙ୍ଗିବା ଲାଗି ଠାକୁର ତାଙ୍କୁ ଗୁପ୍ତ ଗୁଣ୍ଡିଚାରେ ବାପଘରକୁ ନେଇ ବୁଲାଇ ଆଣନ୍ତି । ସେ ଶ୍ରୀକ୍ଷେତ୍ରର ରାଣୀ, ପ୍ରତି ଓଡ଼ିଆ ଘରର ପୂଜ୍ୟା ଠାକୁରାଣୀ । ଲକ୍ଷ୍ମୀ ହେଲେ, ଧନ, ସୌଭାଗ୍ୟ, ଶ୍ରୀ ସମୃଦ୍ଧି, କରୁଣା ତିତିକ୍ଷା, ଶ୍ରଦ୍ଧା, ଶୁଦ୍ଧତା, ସ୍ୱାଭିମାନର ପ୍ରତୀକ । ସେ ଶୁଦ୍ଧାଚାରରେ ତିଷ୍ଠନ୍ତି । ଶ୍ରୀ ମହାଲକ୍ଷ୍ମୀ ପ୍ରତିଟି ଓଡ଼ିଆ ଘରର ଈଷ୍ଟଦେବୀ ଭାବେ ଦୈନିକ ପୂଜା ପାଆନ୍ତି । ଭାବ, ଭକ୍ତି, ସଦାଚାର ନିକଟରେ ସେ ବନ୍ଧାପଡ଼ିଥାନ୍ତି । ମା ଲକ୍ଷ୍ମୀ, ଜାତିଭେଦ ନିର୍ବିଶେଷରେ ବ୍ରାହ୍ମଣ ଠାରୁ ଚଣ୍ଡାଳ ଯାଏ, ସମସ୍ତଙ୍କ ପାଖରେ ବନ୍ଦନୀୟା ଓ ପୂଜ୍ୟା । ବେଦରେ, ତାଙ୍କୁ ‘ଶ୍ରୀ’ରୂପେ ଅଭିହିତ କରାଯାଇଛି । ସେ ବିଶ୍ୱ ସର୍ଜନା କରିଥାନ୍ତି । ସେ ଏଭଳି ଏକ ଶକ୍ତି, ଯାହା ମଣିଷର ଆଧ୍ୟାତ୍ମିକ ଓ ସାଂସାରିକ ଜୀବନରେ ପରିପୂର୍ଣ୍ଣତା ଆଣିଥାନ୍ତି ।
ମୋ-୮୯୨୬୧୪୭୦୩୪