ବ୍ରହ୍ମାନନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ଜରିସାହି ରାଇଜିଂଷ୍ଟାର ଚାମ୍ପିଅନ୍

ରାଜକନିକା :  ରାଜକନିକା ବ୍ଲକ ବଡାଗର ଗ୍ରାମ ଶିବ ସୁନ୍ଦର ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବଗିଚା ପଡିଆ ଠାରେ ଚାଲିଥିବା ବ୍ରହ୍ମାନନ୍ଦ (ବିଜୁ) ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନୀ ଖେଳଟି ଆୟୋଜକ ଶିବସୁନ୍ଦର ୟୁଥ ଆସୋସିଏସନ ବଡାଗର, ବନାମ ରାଇଜିଂ ଷ୍ଟାର କ୍ଲବ ଜରିସାହି ମଧ୍ୟରେ ହୋଇଥିଲା । ଏଥିରେ ଜରିସାହି ୭ ୱିକେଟରେ ବିଜୟ ଲାଭ କରି ଚାମ୍ପିଅନ ହୋଇଛି । ବଡାଗର ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୯ ୱିକେଟ ହରାଇ ୧୨୩ ରନ କରିଥିବାବେଳେ ଜରିସାହି ୬. ୩ ଓଭରରେ ୩ ୱିକେଟ ହରାଇ ୧୨୪ ରନ କରି ବିଜୟ ଲାଭ କରିଥିଲା । ଏହି ଖେଳରେ ମୁଖ୍ୟଅତିଥି ଭାବେ ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ମୁଖ୍ୟବକ୍ତା ଭାବେ କ୍ରୀଡ଼ାବିତ ଶ୍ରୀଚରଣ ନାୟକ ଓ ସମ୍ମାନିତ ଅତିଥି ଭାବେ ରାଜକନିକା ଆଥେଲେଟିକ ଆସୋସିଏସନର କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାୟକ ଏବଂ ଶିକ୍ଷକ ନିର୍ମଳଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କ ସହିତ ପରିଚିତ ହୋଇ ବିଜେତା ଦଳକୁ ୫୦୦୦ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ ୩୦୦୦ଟଙ୍କା ସହିତ ଟ୍ରଫି ପ୍ରଦାନ କରିବା ସହ ବିଜେତା ଦଳର ରଶ୍ମି ରଞ୍ଜନ ମହାନ୍ତି ଓ ଦେବାଶିଷ ନାୟକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ, ଉପବିଜେତା ଦଳର ସତ୍ୟଜିତ ବେହେରାଙ୍କୁ ବେଷ୍ଟ ବ୍ୟାଟର ପୁରସ୍କାର ପ୍ରଦାନ କରିଥିଲେ । ବିରଞ୍ଚି ନାରାୟଣ ସେଠି ଓ ଅଜୟ କୁମାର ସେଠି ଖେଳ ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।