ଅପହରଣ ଅଭିଯୋଗରେ କୋର୍ଟ ଚାଲାଣ
ଦାନଗଦୀ : ସାଙ୍ଗକୁ ଅପହରଣ କରିବା ଅଭିଯୋଗରେ ପୁଲିସ ଦୁଇ ସାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଖବର ମତେ ଖୁରୁଣ୍ଟି ଗାଁର ସୁଦର୍ଶନ ମଲ୍ଲିକ ପୁଅ ବାବୁଲି ମଲ୍ଲିକ (୨୪) ଓ ତାର ସହଯୋଗୀ ଯଖପୁରା ମଙ୍ଗଳପୁରର ଅବନି ମଲ୍ଲିକ ପୁଅ ରଞ୍ଜନ (୨୬) ଗତ ୯ ତାରିଖ ଦିନ ରାତିରେ ସୁକିନ୍ଦା ଅଂଚଳର ଆଶିଷ ମଲ୍ଲିକ କିଛି ସାମଗ୍ରୀ କିଣିବା ପାଇଁ ଡୁବୁରୀ ଆସିଥିବା ବେଳେ ତାଙ୍କୁ ଡ଼ୁବୁରୀ ଶାନ୍ତିବାର ସମ୍ମୁଖରୁ ଅପହରଣ କରି ନେଇଥିଲେ । ଏହାକୁ ନେଇ ଆଶିଷର ମାଆ ବାଚନୀ କଳିଙ୍ଗନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରିପୁଲିସ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରି କେସ ନଂ ୨୧୫/୨୫ରେ କୋର୍ଟ ଚାଲାଣ କରିଛି ।