ବାଜି ମାରିଲା ଡିଏଭି ପବ୍ଲିକ୍ ସ୍କୁଲ: ଆୟୁଷ ପରିଡ଼ା ଶ୍ରେଷ୍ଠ ଖେଳାଳି
ପାରାଦୀପ : ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ଦ୍ୱାରା ପାରାଦୀପରେ ଆୟୋଜିତ ଆନ୍ତଃବିଦ୍ୟାଳୟ କ୍ରିକେଟ୍ ପ୍ରତିଯୋଗିତାରେ ଡିଏଭି ପବ୍ଲିକ୍ ସ୍କୁଲ, ପାରାଦ୍ୱୀପ ପୋର୍ଟ ଚାମ୍ପିଅନ ହୋଇଛି । ଫାଇନାଲ୍ ମ୍ୟାଚରେ ଡିଏଭି ପବ୍ଲିକ୍ ସ୍କୁଲ, ପାରାଦ୍ୱୀପ ପୋର୍ଟ, ବେଥାନୀ କନ୍ଭେଣ୍ଟ ସ୍କୁଲକୁ ୭ ୱିକେଟରେ ହରାଇ ବିଜୟ ଲାଭ କରିଛି । ପ୍ରଥମେ ବେଥାନୀ କନ୍ଭେଣ୍ଟ ସ୍କୁଲ ବ୍ୟାଟିଂ କରି ୨୮.୪ ଓଭର୍ରେ ୧୦ ୱିକେଟ୍ ବିନିମୟରେ ୯୩ ରନ୍ ସଂଗ୍ରହ କରିଥିଲା । ପ୍ରତିପକ୍ଷ ଦଳ ଡିଏଭି ପବ୍ଲିକ୍ ସ୍କୁଲ, ପାରାଦ୍ୱୀପ ପୋର୍ଟ ୧୮.୪ ଓଭରରେ ୩ ୱିକେଟ୍ ହରାଇ ୯୬ ରନ୍ କରି ସଫଳତା ହାସଲ କରିଛି । ଡିଏଭି ପବ୍ଲିକ୍ ସ୍କୁଲ, ପାରାଦ୍ୱୀପ ପୋର୍ଟର ସମସ୍ତ ଖେଳାଳି ଉଭୟ ବ୍ୟାଟିଂ ଓ ବୋଲିଂରେ ଉନ୍ନତ ଖେଳ ପ୍ରଦର୍ଶନ କରିଥିଲେ ଡିଏଭି ପବ୍ଲିକ୍ ସ୍କୁଲ, ପାରାଦ୍ୱୀପ ପୋର୍ଟର ଛାତ୍ର ଆୟୁଷ ପରିଡାଙ୍କର ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା । ଏହି ସଫଳତା ପାଇଁ ସ୍କୁଲ ଅଧ୍ୟକ୍ଷା ବିନ୍ଦୁଶ୍ରୀ ମହାନ୍ତି ଓ ଶିକ୍ଷକଶିକ୍ଷୟିତ୍ରୀ କୋଚ୍ ସୌଭାଗିନୀ ପାଢୀଙ୍କୁ ଅଭିନନ୍ଦନ ଜଣାିଛବନ୍ତି ।