ସିଂହଗାଁ ପଞ୍ଚାୟତ ପରିଦର୍ଶନ କଲେ ବିଧାୟକ ଓ ଜିଲ୍ଲାପାଳ

ପଟ୍ଟାମୁଣ୍ଡାଇ :  ଚଳିତ ବର୍ଷ ବ୍ରାହ୍ମଣୀ ଓ କାଣୀନଦୀର ଦୁଇ ଦୁଇ ଥର ବନ୍ୟା ଆସି ବ୍ୟାପକ କ୍ଷୟ କ୍ଷତି ଘଟିବା ସାଙ୍ଗକୁ ଗରିବ ଖଟିଖିଆ ଓ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି ଓ ଚଳିତ ବନ୍ୟାରେ ଦୀର୍ଘ ୧ ମାସ ଧରି ବାହ୍ୟ ଜଗତରୁ ବିଛିନ୍ନ ହୋଇ ସବୁଠାରୁ ଅଧିକ କ୍ଷତି ଗସ୍ତ ପଟ୍ଟାମୁଣ୍ଡାଇ ବ୍ଲକର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିଂହଗାଁ ପଞ୍ଚାୟତକୁ ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର, ବିଧାୟକ ଗଣେଶ୍ୱର ବେହେରା, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ, ବିଡିଓ ଅଶୋକ କୁମାର ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟା ପ୍ରିଦର୍ଶନୀ ତରାଇ ବନ୍ୟା ଘେରରେ ଥିବା ନୂଆପାଟଣା, ସିଂହଗାଁର ବିଭିନ୍ନ ପଡା ପରିଦର୍ଶନ କରି ବନ୍ୟା ସ୍ଥିତି ଓ ଲୋକମାନଙ୍କ ଅବସ୍ଥା ଅନୁଧ୍ୟାନ କରିଥିଲେ  । ଏଇ ଅବସରରେ ବିଧାୟକ ଗଣେଶ୍ୱର ବେହେରାଙ୍କ ପୌରହିତ୍ୟରେ ତାରିଣୀ ମନ୍ଦିର ନିକଟରେ ଏକ ବନ୍ୟା ସ୍ଥିତି ସମୀକ୍ଷା ଓ ଜନ ଅଭିଯୋଗ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବନ୍ୟା ବିପନ୍ନ ଲୋକମାନଙ୍କର ବିଭିନ୍ନ ସମସ୍ୟା ସହିତ କଣ୍ଠିଆନାଳ ସେତୁ, ରାଉଳିଆ ସେତୁ ଓ ଜଳ ନିଷ୍କାସନ ସମ୍ପର୍କରେ ନିଆଯାଇଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ଓ ବନ୍ୟାଞ୍ଚଳ ଲୋକମାନଙ୍କ ଗମନା ଗମନ ପାଇଁ ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଘାଟ  ତୁରନ୍ତ ମରାମତି କରିବାକୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଥିଲେ । ବନ୍ୟା ବିପନ୍ନ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ଓ ଶେଷରେ ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।