ଶିକ୍ଷକ ସଂଘ ପକ୍ଷରୁ ୧୧ ଦଫା ଦାବି

ଆସିକା : ଆସିକା ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ୧୧ ଦଫା ଦାବି ନେଇ ଜିଲ୍ଲପାଳଙ୍କ ଉଦେ୍ଦଶ୍ୟରେ ଆସିକା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ ପ୍ରାଦନ କରିଛନ୍ତି । ଦାବି ଗୁଡିକ ହେଲା ପ୍ରତି ସ୍କୁଲରେ ଟାବଲେଟ୍ ପାଇଁ ସିମ୍ ଏବଂ ଇଣ୍ଟରନେଟ୍ ସୁଚାରୁ ରୂପେ ଯୋଗାଇ ଦେବା, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟାବଲେଟ୍ ମୋବାଇଲ, ସମସ୍ତ ତଥ୍ୟ ଲୋଡ୍ ପାଇଁ ମୋବାଇଲ ରିଚାର୍ଜର ଖର୍ଚ୍ଚ, ଡାଟାଏଣ୍ଟ୍ରି ଅପରେଟର୍ଙ୍କ ଆବଶ୍ୟକତାକୁ ପୂରଣ କରିବା, ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ପ୍ରତି ସ୍କୁଲ ଶିଶୁ ବାଟିକା ଖୋଲା ଯାଇଥିଲେ ମଧ୍ୟ ସେହି ଶ୍ରେଣୀ ପାଇଁ ଶିକ୍ଷକ ନିଯୁକ୍ତି, ପ୍ରାଥମିକ କିମ୍ବା ଉଚ୍ଚପ୍ରାଥମିକ ସ୍କୁଲରେ ନିୟମାନୁସାରେ ବିଷୟ ଭିତିକ ଶିକ୍ଷକ ନିଯୁକ୍ତି, ବର୍ଷ ବର୍ଷ ଧରି ଶିକ୍ଷକତା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ ଓଟିଇଟି ପରୀକ୍ଷା ବ୍ୟବସ୍ଥାକୁ ବନ୍ଦ କରିବା, ୟୁନିଫାଇଡ୍ ଅଟୋମେସନ୍ ସିଷ୍ଟମ୍ ଲାଗୁ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ରୁ ବାଦ ଦେବା, କେନ୍ଦ୍ରୀୟ ହାରରେ ଦରମା ୪୨୦୦ ଗ୍ରେଡ଼ ପେ ପ୍ରଦାନ କରିବା ଆଦି ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ସଙ୍ଘ ସଭାପତି ସନ୍ତୋଷ ସେଠି, ସମ୍ପାଦକ ସରୋଜ ନାୟକ ଉପସଭାପତି ଶିବ ଶଙ୍କର ଜେନା, ରଞ୍ଜିତା ପାତ୍ର କାର୍ଯ୍ୟକାରୀ ସଭାପତି ସରୋଜ ପ୍ରଧାନ, ଟୁଲୁ ବେହେରା, ସନ୍ତୋଷ ବେହେରା, ପ୍ରଶାନ୍ତ ବେହେରା, ରାମନାଥ ପଟ୍ଟନାୟକ, ପଦ୍ମ ସେଠୀ, ସୁନୀଲ ମିଶ୍ର, କାଳୀ ଚରଣ ପଟ୍ଟନାୟକ, ବଂଶୀଧର ବେହେରା, ଲୀତା ଜେନା, ସୁପ୍ରଭା ସାହୁ, ଅନିତା ପଟ୍ଟନାୟକ, ସିମାଞ୍ଚଳ ସେଠିଙ୍କ ସମେତ ସମସ୍ତ କର୍ମକର୍ତା ଉପସ୍ଥିତି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁ ନନ୍ଦନ ପଣ୍ଡା ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।