ଅପରଜୋଙ୍କ ପତୋରା ଡ୍ୟାମ ସ୍ପିଲୱେ ମରାମତି : ପଦକ୍ଷେପ ନ ନେଲେ ଗୁରୁତର ହେବ ପାନୀୟଜଳ ସମସ୍ୟା
ନୂଆପଡା : ଅପର ଜୋଙ୍କ ପତୋରା ଡ୍ୟାମ୍ ସ୍ପିଲୱେରେ ଗଭିର ଗର୍ତ୍ତ । ଜିଲ୍ଲାର ଜୋଙ୍କ ନଦୀ ଉପରେ ନିର୍ମିତ ଅପର ଜୋଙ୍କ ପତୋରା ଡ୍ୟାମ ଏବଂ ଏହା ସହ ଜଡିତ ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବିପଦରେ ପଡିଛନ୍ତି କହିଲେ ଅତୁ୍ୟକ୍ତି ହେବ ନାହିଁ । ଚାଷ କାର୍ଯ୍ୟ ସହିତ ଜିଲ୍ଲାର ୨ ସହର ଖରିଆର ରୋଡ ଓ ନୂଆପଡା ସଦର ସମେତ ଅନେକ ଗ୍ରାମାଞ୍ଚଳ ଲୋକ ପାନୀୟ ଜଳ ଉପରେ ନିର୍ଭର । ସମୟ ପୂର୍ବରୁ ମରାମତି ଦିଗରେ ଉଚିତ ପଦକ୍ଷେପ ନ ନେଲେ ଚାଷ କାର୍ଯ୍ୟ ବ୍ୟାହତ ଓ ପାନୀୟ ଜଳ ସମସ୍ୟା ହୋଇପାରେ । ବାସ୍ତବରେ, ଡ୍ୟାମର ତଳମୁଣ୍ଡରେ ଥିବା ସ୍ପିଲୱେ (ଜଳ ପ୍ରବାହ କ୍ଷେତ୍ର) ତଳେ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି, ସ୍ପିଲୱେ ତଳେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଯଦି ଡ୍ୟାମକୁ ଯଥାଶୀଘ୍ର ମରାମତି କରା ନ ଯାଏ ତେବେ ଡ୍ୟାମ ଭାଙ୍ଗିବା ମଧ୍ୟ ସମ୍ଭବନା ରହିଛି । ଡ୍ୟାମ ର ଗର୍ତ୍ତ ଠିକ ସମୟ ରେ ଓ ଉପଯୁକ୍ତ ମରାମତି ନହେଲେ ଭାଙ୍ଗିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଯତ୍ ଦ୍ୱାର ଡ୍ୟାମର ତଳ ମୁଣ୍ଡରେ ରହୁଥିବା ଏକ ଲକ୍ଷ ଜନସଂଖ୍ୟା ପାଇଁ ସବୁବେଳେ ବିପଦ ଆଶଙ୍କା ଦେଖାଦେଇଛି । ଡ୍ୟାମ ତଳେ ଅବସ୍ଥିତ ଛୋଟ ବଡ ବନ୍ଧ ପୋଖରୀ ଚାଷ ଜମି ଶକ୍ତି କେନ୍ଦ୍ର ମଧ୍ୟ ବିପଦରେ ରହିଛି । ଡ୍ୟାମ ଭାଙ୍ଗିବା ଦ୍ୱାରା ଧନ ଜୀବନ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । ସମ୍ବଲପୁରର ବାଲାଜୀ ଡିଲର ନାମକ କମ୍ପାନୀ ୫ ଦିନ ହେଲା ଝିପି ଝିପି ବର୍ଷାରେ ମରାମତି କାମ କରୁଛି । କମ୍ପାନୀର ଜୈନେକ କର୍ମଚାରି ଜଣକ କହିଛନ୍ତି ଯେ, ଖରା ମାସରେ ଡ୍ୟାମ ମରାମତି ହେବା କଥା, ହେଲେ କମ୍ପାନୀ ଏଠି ମରାମତି କାର୍ଯ୍ୟ ପାଇଁ ବର୍ଷା ଋତୁରେ ପଠାଇଛନ୍ତି । ଏହିପରି ସ୍ପିଲୱେ ତଳେ ଗୁଡାଏ ଲିକେଜ ରହିଛି ଡ୍ୟାମରେ । ପାଣି ଭର୍ତ୍ତି ଥିବାରୁ ମରାମତି କାମକୁ ଅସୁବିଧା ହେଉଛି । ଯଦି ମରାମତି କାମ ନ ହେଲେ ଡ୍ୟାମ ଭାଙ୍ଗିବାର ସମ୍ଭାବନା ରହିଛି । ଡ୍ୟାମର ଉନ୍ନତି ସମ୍ପର୍କରେ ଡ୍ୟାମ ସୁରକ୍ଷା ଯାଞ୍ଚ ପ୍ୟାନେଲ (ଡିଏସ୍ଆଇପି) ଏବଂ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁ୍ୟସି)ର ସୁପାରିଶ ପାଇଁ ବିଭାଗ ତଦନ୍ତ ପାଇଁ ଅବଗତ କରାଇଛି କି ନାହି ତାହା ଜଣା ପଡିନି ।
ଡ୍ୟାମରେ ଯଦି ଏଭଳି ସମସ୍ୟା ଥିଲା ତେବେ ଖରା ମାସରେ କାହିଁକି ମରାମତି କଲେ ନାହିଁ ବର୍ଷା ମାସରେ ମରାମତି କାମ କରାଉଥିବାରୁ ବିଭାଗ ଉପରେ ଆଙ୍ଗୁଳି ଉଠୁଛି । ଅପର ଜୋଙ୍କ ଜଳ ସେଚନ ପ୍ରକଳ୍ପ ଅଧିକାରୀଙ୍କ ଅପାରଗତ ଯୋଗୁଁ ଡ୍ୟାମ ମରାମତି ହେଉନାହିଁ । ସେହିପରି ଡ୍ୟାମ କାମରେ ମରାମତି କାମ ବେଳେ, ଅଧିକାରୀ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି । ଏହି ଡ୍ୟାମକୁ ଯାଞ୍ଚ କରିବାରେ ପ୍ରମୁଖ ଭାବେ ସମୟ ସମୟରେ ଉଚ୍ଚ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରିଥିବା ଦେଖାଯାଉଛି । ପର୍ଯ୍ୟାପ୍ତ ପରିମାଣର ସ୍ପିଲୱେ କ୍ଷମତା, ଡ୍ରେନେଜ୍ ଛିଦ୍ର ଭରିବା ଏବଂ ଡ୍ୟାମରୁ ଲିକ୍, ପିଚୁ ପିଲର ଫାଟିଛି ଡ୍ୟାମ ମରାମତି କରୁଥିବାରୁ ଗୋଟିଏ ଗେଟ୍ ଖୋଲା ଯାଇଛି । ଡ୍ୟାମର ଗେଟ୍ ଖୋଲି ପାଣି ଛଡା ଯାଉଛି ନିୟମ ଭାଙ୍ଗିଛନ୍ତି ବିଭାଗ । ଡ୍ୟାମ ମରାମତି କର୍ମଚାରୀଙ୍କ ବର୍ଷା ତଥ୍ୟରୁ ବନ୍ୟା ପରିସ୍ଥିତି ପୂର୍ବାନୁମାନ କରାଯାଇଥିଲା । କୁଶଳୀ କର୍ମଚାରୀଙ୍କ ଅଭାବ ହେତୁ ଡ୍ୟାମର ତଥ୍ୟ ସଠିକ୍ ଭାବରେ ତଦାରଖ ହେଉନି । ଯେଉଁଥିପାଇଁ ବର୍ଷା ଏବଂ ପାଣି ପ୍ରବାହ ମଧ୍ୟରେ କୌଣସି ସମନ୍ୱୟ ବିକାଶ ହେଉ ନାହିଁ । ଡ୍ୟାମରେରେ କମ୍ପୁ୍ୟଟର କେନ୍ଦ୍ର ନାହିଁ ଏହାକୁ ପାଣିପାଗ ବିଭାଗର ତଥ୍ୟ କେନ୍ଦ୍ର ସହିତ ସଂଯୋଗ କରିବା ଏବଂ ବନ୍ୟା, ବର୍ଷା ଏବଂ ଘୂର୍ଣ୍ଣିବଳୟର ପୂର୍ବାନୁମାନ ପାଇଁ ସଫ୍ଟୱେୟାର ମଧ୍ୟ ଲାଗି ନାହିଁ ବୋଲି ଅଭିଯୋଗ ହେଉଛି । ଏନେଇ ଡ୍ୟାମର ସୁରକ୍ଷା ଅଡିଟ୍ ହୋଇଛି କି ନାହିଁ ତାହା ସନେ୍ଦହ ହେଉଛି । ଜୁଲାଇ ୨୦୨୫ ରେ, ଡ୍ୟାମ ଫାଟରୁ ଗଭୀର ଗାତ ହେବାରୁ ମରାମତି କାମ ହେଉଛି । ବନ୍ୟା ଜଳ ସମ୍ପୂର୍ଣ୍ଣ ଜଳଭଣ୍ଡାରସ୍ତରରୁ ପ୍ରବାହିତ ହେଉଥିଲା ମରାମତି ପାଇଁ ଗେଟ ଖୋଲା ଯାଇଛି । ଗେଟ୍ ଖୋଲିବା ନେଇ ପ୍ରଶାସନକୁ ଅବଗତ କରାଇଛନ୍ତି କି ନାହିଁ ଚାଷୀ ମହଲରେ ଚର୍ଚ୍ଚା । କଂଗ୍ରେସର ଜିଲ୍ଲା ସଂଯୋଜକ ଘାସିରାମ ମାଝୀ, କଂଗ୍ରେସ ନେତା ଆଲୋକ ଗୁରୁ, ଟୋପ ଦାସ ପୂର୍ବତନ ସରପଞ୍ଚ ତୀରଥ ମାଝୀ ଉପସ୍ଥିତ ଥିଲେ । ବିଭାଗୀୟ କର୍ମଚାରୀ ଉପରେ ପ୍ରଶ୍ନ କରିଛନ୍ତି । ଏନେଇ ଉଚ୍ଚସ୍ତରୀୟ ବିଭାଗ ଡ୍ୟାମକୁ ପରିଦର୍ଶନ କରିବା ସହ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ।