ବ୍ୟାସନଗର ସାହିତ୍ୟ  ସଂସଦର କାର୍ଯ୍ୟକାରିଣୀ ବୈଠକ 

 ବ୍ୟାସନଗର : ବ୍ୟାସନଗର ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ପଦ୍ମନାଭ ମଲ୍ଲଙ୍କ ଦ୍ୱାରା ପ୍ରତିଷ୍ଠିତ ବ୍ୟାସନଗର ସାହିତ୍ୟ ସଂସଦର କାର୍ଯ୍ୟକାରିଣୀ ବୈଠକ ସଭାପତି ଅଧ୍ୟାପକ ଡ. ପଦ୍ମଲୋଚନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମ୍ପାଦକ ଅଧ୍ୟାପକ ଡ଼କ୍ଟର ଅକ୍ଷୟ କୁମାର ପଣ୍ଡା ସଂସଦର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ସର୍ବସମ୍ମତିକ୍ରମେ ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଫେସର ପଦ୍ମନାଭ ମଲ୍ଲଙ୍କ ୮୫ତମ ଜନ୍ମଦିନ ଅକ୍ଟୋବର ୮ ତାରିଖରେ ପାଳନ କରିବାକୁ ସ୍ଥିର ହୋଇଥିଲା । ଏହି ଉପଲକ୍ଷେ ସଂସଦର ମୁଖପତ୍ର "ବ୍ୟାସନଗର’ପ୍ରକାଶନ ପାଇଁ ନିଷ୍ପତି ନିଆଯାଇ ବ୍ୟାସନଗରର ଐତିହ, ସଂସ୍କୃତି ଓ ପରମ୍ପରା ଉପରେ ଏକ ବିଶେଷାଙ୍କ ପ୍ରକାଶନ ପାଇଁ ସ୍ଥିର ହୋଇଥିଲା । ସେପ୍େଟମ୍ବର ୧୫ ରିଖ ଭିତରେ ଲେଖା ପଠାଇବାକୁ ତାରିଖ ଧାର୍ଯ୍ୟକରାଯାଇଛି । ସଂସଦର ମୁଖ୍ୟ ପରାମର୍ଶଦାତା ପ୍ରଫେସର ଡ଼. କୁଶଚନ୍ଦ୍ର ପ୍ରଧାନ ୯୪୩୭୦୯୧୩୮୭ ଓ ସମ୍ପାଦକ ଅକ୍ଷୟ ପଣ୍ଡାଙ୍କ ସହ ଯୋଗାଯୋଗ କରିବାକୁ  ଅନୁରୋଧ କରାଯାଇଛି । ବୈଠକରେ ବର୍ଷିଆନ ସାହିତି୍ୟକ ମଧୁସୂଦନ ମହାପାତ୍ର, କାହ୍ନୁ ଚରଣ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ଼. ମୋହନ ଚରଣ ଖୁଣ୍ଟିଆ, ଆଡ଼ଭୋକେଟ୍ ବ୍ରଜ କିଶୋର ପତି, ସାମ୍ବାଦିକ ଚିନ୍ତାମଣି ପାଢ଼ୀ, ପ୍ରଶାନ୍ତ କୁମାର ପାତ୍ର, ନିତ୍ୟାନନ୍ଦ ମହାଳିକ, ନିତ୍ୟାନନ୍ଦ ଦାଶଙ୍କ ସମେତ ବହୁ ସଭ୍ୟ ସଭ୍ୟା ଅଂଶଗ୍ରହଣ କରିଥିଲେ । ଆଡ଼ଭୋକେଟ୍ ଶୁଭଦର୍ଶୀ ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ ।