ବିଦ୍ୟାଳୟର ବାର୍ଷିକ ଉସବ

 ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସମାଡ଼ ପଦର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉସôବ ପ୍ରଧାନଶିକ୍ଷକ ଧର୍ମବୀର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଖଡ଼ିଆଳ କାହ୍ନୁ ଚରଣ ନାଏକ ପ୍ରାଥମିକ ଶିକ୍ଷା ମଣିଷ ଜୀବନର ପ୍ରଥମ ସୋପାନ ଓ ଏହା ଆମକୁ ଆଗକୁ ବଢ଼ିବାରେ ସଶକ୍ତ କରିଥାଏ ବୋଲି କହିଥିଲେ । ଏବିଇଓ ଜୟଦେବ ପଣ୍ଡା, ସିଆରସିସି, ସିଲୁ ମହାନନ୍ଦ, ଉମାଶଙ୍କର ତାଣ୍ଡି, ଅବସର ପ୍ରାପ୍ତ ଶିକ୍ଷକ ଗଣେଶ ଚନ୍ଦ୍ର ଦୁବେ, ଏସଏମସି ସଭାପତି କେଶବ ମାଝୀ, ଅଭିଭାବକ ପରମାନନ୍ଦ ମାଝୀ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଆଗକୁ ବଢିବା ପାଇଁ ଭଲ ପାଠ ପଢ଼ିବାକୁ ଆହ୍ୱାନ ଦେଇଥିଲେ । ଶିକ୍ଷକ ଟିଙ୍କଶ୍ୱର୍ ଭୋଇ ସଂପାଦକୀୟ ବିବରଣୀ ପଠନ କରିଥିଲେ । ସ୍ୱାଗତ ସମ୍ଭାଷଣ କରିଥିଲେ ପ୍ରଫୁଲ୍ଲ ବେହେରା ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ମହେନ୍ଦ୍ର ମାଝୀ ।ଏ ଅବସରରେ ପ୍ରାକ୍ତନ ଶିକ୍ଷକ,  ପାଚିକା , ଅଭିଭାବକ ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଜଣାଶୁଣା ଯାଦୁକର ଡି କୁମାର ଯାଦୁ ଦେଖାଇଥିବା ବେଳେ ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶିକ୍ଷକ ବିରେନ୍ଦ୍ର ସୁନା, ରାମଦାସ ଶବର, ଏସ ଏମ ସି ସଭ୍ୟ ସଭ୍ୟା ସହଯୋଗ କରିଥିଲେ ।