କର୍ପୋରେଟ କ୍ରିକେଟ ପ୍ରତିଯୋଗିତା

ପାରାଦୀପ : ଗୋପବନ୍ଧୁ କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମ୍ରେ ଇଣ୍ଟର ଡିପାର୍ଟମେଣ୍ଟ କ୍ରିକେଟ ପ୍ରତିଯୋଗିତାର ସଫଳ ଆୟୋଜନ ପରେ ୮ ତାରିଖ ଠାରୁ ଆରମ୍ଭ ହୋଇଛି ୪ର୍ଥ କର୍ପୋରେଟ କ୍ରିକେଟ ପ୍ରତିଯୋଗିତା । ପ୍ରଥମ ମ୍ୟାଚ୍ରେ  ପିପିଏଲ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ୯ ୱିକେଟ ବିନିମୟରେ ୯୪ ରନ କରିଥିଲା  । ଜବାବରେ ଯେଏସ୍ଡବ୍ଲୁ ୯ ୱିକେଟ ହରାଇ ମାତ୍ର ୪୭ ରନ୍ କରିଥିଲା ଏବଂ ପରାସ୍ତ ହୋଇଥିଲା । ସେହିପରି ୨ୟ ମ୍ୟାଚ୍ରେ ଏଏମ୍ଏନ୍ଏସ୍ ୭ ୱିକେଟ ବିନିମୟରେ ୧୧୬ ରନ କରିଥିଲା । ଜବାବରେ ଟିଏମ୍ଆଇଏଲ୍ଏଲ୍ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ବିନିମୟରେ ୧୧୭ ରନ କରି ବିଜୟୀ ହୋଇଥିଲା । କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ଡକ୍ଟର ଦୁର୍ଗା ପ୍ରସାଦ ସେଠୀ ଓ  ସମ୍ପାଦକ ରଞ୍ଜନ ରଶ୍ମି ବେଉରା ଉପସ୍ଥିତ ଥିଲେ ।