ଶିକ୍ଷକଙ୍କ ସ୍ମୃତିସଭା 

 ରାଜକନିକା : ରାଜକନିକା ବ୍ଲକ ପେଗର ପଡା ମଧ୍ୟ ଇଂରାଜୀ ବିଦ୍ୟାଳୟର ଅବସରରେ ପ୍ରାପ୍ତ ଶିକ୍ଷକ ତଥା ସୁପରିଚ ସଂଗୀତଜ୍ଞ ସ୍ୱର୍ଗତ ମଦନ ମୋହନ ପଣ୍ଡାଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ତାଙ୍କ ଜନ୍ମ ମାଟି ପ୍ରତାପପୁର ଗାଁ ରେ ଅନୁଷ୍ଠିତ ହୋଇଯାଇଛି  । ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀନିବାସ ପ୍ରଧାନଙ୍କ ସଭା ସଂଚଳନାରେ ଅନୁଷ୍ଠିତ ଏହି ସ୍ମୁତି ସଭାରେ ରାଜକନିକା ବିଇଓ ନଳିନୀକାନ୍ତ ରଞ୍ଜନ ରାଉତରାୟ, ପ୍ରକାଶ ବାରିକ, ରଜତ କୁମାର ପଣ୍ଡା, ପ୍ରଶାନ୍ତ କୁମାର ରଥ, ବିପ୍ରଚରଣ ନାୟକ, ରାଜକିଶୋର ପଣ୍ଡା, ବ୍ରଜ କିଶୋର ପଣ୍ଡା, ଅନିତା ପଣ୍ଡା, ସ୍ନେହାଞ୍ଚଳି ପଣ୍ଡା, ସ୍ୱାଗତିକା ପଣ୍ଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ ସ୍ମୁତି ଚାରଣ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ  । ପରିବାର ବନ୍ଧୁ ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ  ।