ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

  ଢେଙ୍କାନାଳ: ଧିରପାଟଣା ସ୍ଥିତ ଜଳ ଉଦ୍ୟାନ ଠାରେ ଶଙ୍କରପୁର କ୍ଲଷ୍ଟରର ଶିକ୍ଷକଶିକ୍ଷୟିତ୍ରୀଙ୍କ ପକ୍ଷରୁ ପାମାଳ ଉ.ପ୍ରା ବିଦ୍ୟାଳୟର ଶିକ୍ଷକ ସୁଧାକର ସାହୁ, ପର୍ବତିଆ ଉ.ପ୍ରା ବିଦ୍ୟାଳୟର ଶିକ୍ଷକ ଶ୍ରୀବତ୍ସ କୁମାର ସାହୁ ଓ ପାମାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ସାହୁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶଙ୍କରପୁର କ୍ଲଷ୍ଟରର ବରିଷ୍ଠ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବିଇଓ ବ୍ରହ୍ମାନନ୍ଦ ରାଉତ,  ମୁଖ୍ୟବକ୍ତା ଭାବେ ବିଆର୍ସିସି ଦେବବ୍ରତ ନାଥ, ସମ୍ମାନିତ ଅତିଥି ଭାବେ ଏବିଇଓ ଭଗବାନ ବେହେରା ଓ ସିଆର୍ସିସି ରମା ବେହେରା ଯୋଗ ଦେଇ ବିଦାୟୀ ଶିକ୍ଷକଙ୍କର କର୍ମମୟ ଜୀବନ ଓ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ପ୍ରଭାତୀ ଶତପଥୀ, ପ୍ରଧାନଶିକ୍ଷକ ପବନା ମହାଳିକ ଓ ଶିକ୍ଷକ ଭାବଗ୍ରାହୀ ସାମନ୍ତରାୟ ବିଦାୟୀ ଶିକ୍ଷକଙ୍କର ଗୁଣାବଳୀ ସଂପର୍କରେ ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ଶଙ୍କରପୁର କ୍ଲଷ୍ଟର ଶିକ୍ଷୟିତ୍ରୀମାନଙ୍କ ତରଫରୁ ଭାବପୂର୍ଣ୍ଣ ବିଦାୟ ସଙ୍ଗୀତ ଗାନ କରାଯାଇଥିଲା । ବିଦାୟୀ ଶିକ୍ଷକମାନେ ଛାତ୍ର ବତ୍ସଳ, ସମୟାନୁବର୍ତ୍ତୀ ଓ ମେଳାପି ଗୁଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ସୁନାମ ଅର୍ଜନ କରିଥିଲେ । ଶିକ୍ଷକ ପ୍ରଦୀପ କୁମାର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶିକ୍ଷକ ଯଜେ୍ଞଶ୍ୱର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଦାୟୀ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯାଇଥିଲା ।