ବିଜେପି ନେତାଙ୍କ ପରଲୋକ
ଆନନ୍ଦପୁର : ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାଳନିଆ ମଣ୍ଡଳ ପ୍ରାକ୍ତନ ସଭାପତି ବଳଭଦ୍ର ବାରିକ(୫୬)ଙ୍କ କଲିଗାଁ ସ୍ଥିତ ବାସଭବନରେ ପରଲୋକ ଘଟିଛି । ସ୍ୱର୍ଗତ ବାରିକ ଗତ କିଛିଦିନ ଧରି ବୋନ୍ କ୍ୟାନ୍ସର ରୋଗରେ ପୀଡିତ ଥିଲେ । ତାଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବାମାତ୍ରେ ବିଜେପି ନେତା ଆଲୋକ ସେଠୀ, ପୌରପରିଷଦ ପ୍ରାକ୍ତନ ଅଧକ୍ଷ୍ୟ ରାମଚନ୍ଦ୍ର ସାହୁ, ଜିଲା ପରିଷଦ ସଦସ୍ୟା ଅସୀମା ମିଶ୍ର, ବେଲବାହାଳି ସରପଞ୍ଚ ଦୀପ୍ତି ସାହୁ, ଦିପ୍ତିମୟୀ ଖୁଣ୍ଟିଆ, ମିନତୀ ଧଳ ମହାପାତ୍ର, ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାମନ୍ତ ସିଂହାର, ହରମୋହନ ଶାସିନୀଙ୍କ ସମେତ ଶହ ଶହ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତା ସ୍ୱର୍ଗତ ବାରିକଙ୍କ ବାସ ଭବନରେ ପହଁଚି ଶେଷ ଦର୍ଶନ କରିଥିଲେ । ଗାଁ ଶ୍ମଶାନରେ ସଂସ୍କାର କରାଯାଇଥିବା ବେଳେ ପୁଅ ଆଶୁତୋଷ ମୁଖାଗ୍ନୀ ଦେଇଥିଲେ ।