ଶିଖ୍‌ ବିରୋଧୀ ଦଙ୍ଗା : ସଜ୍ଜନ କୁମାରଙ୍କ ବିରୋଧରେ ରାୟ 

ସଂରକ୍ଷିତ ରଖିଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ : ୧୯୮୪ ମସିହାରେ ହୋଇଥିବା ଶିଖ ବିରୋଧୀ ଦଙ୍ଗା ସହିତ ଜଡିତ ଏକ ମାମଲାରେ ଦିଲ୍ଲୀର ଏକ କୋର୍ଟ ସୋମବାର ଦିନ ତାଙ୍କର ରାୟ ସଂରକ୍ଷିତ ରଖିଛନ୍ତି । ଯେଉଁଥିରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାର ଜଣେ ଅଭିଯୁକ୍ତ ଅଛନ୍ତି । ମାମଲାର ଚୂଡ଼ାନ୍ତ ଯୁକ୍ତି ଶେଷ ହେବା ପରେ ସ୍ୱତନ୍ତ୍ର ବିଚାରପତି ଡିଗ ବିନୟ ସିଂହ ଜାନୁଆରି ୨୨ ତାରିଖ ପାଇଁ ରାୟ ସଂରକ୍ଷିତ ରଖିଛନ୍ତି । କୁମାରଙ୍କୁ କଡ଼ା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା । ୨୦୧୫ ଫେବୃଆରି ମାସରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଦିଲ୍ଲୀର ଜନକପୁରୀ ଓ ବିକାଶପୁରୀରେ ଦଙ୍ଗା ସମୟରେ ହୋଇଥିବା ହିଂସା ଅଭିଯୋଗ ଉପରେ କୁମାରଙ୍କ ବିରୁଦ୍ଧରେ ଦୁଇଟି ଏଫଆଇଆର ପଞ୍ଜିକୃତ କରିଥିଲେ । ପ୍ରଥମ ଏଫଆଇଆର ଜନକପୁରୀରେ ହୋଇଥିବା ହିଂସା ଉପରେ ଥିଲା । ଯେଉଁଠାରେ ଦୁଇ ସୋହନ ସିଂହ ଓ ତାଙ୍କ ଜ୍ୱାଇଁ ଅବତାର ସିଂହଙ୍କୁ ୧୯୮୪ ନଭେମ୍ବର ୧ ତାରିଖରେ ହତ୍ୟା କରାଯାଇଥିଲା । ଦ୍ୱିତୀୟ ଏଫଆଇଆର ଗୁରଚରଣ ସିଂହଙ୍କ ମାମଲାରେ ପଞ୍ଜିକୃତ ହୋଇଥିଲା । ଯାହାଙ୍କୁ ୧୯୮୪ ନଭେମ୍ବର ୨ ତାରିଖରେ ବିକାଶପୁରୀରେ ପୋଡ଼ି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି ।