ଅଟୋ ବାଇକ ଧକ୍କା, ଜଣେ ମୃତ

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକର ୧୬ ନଂ ଜାତୀୟ ରାଜପଥ ଧାମନଗରଛକ ନିକଟରେ ଶନିବାର ସନ୍ଧ୍ୟାରେ ଅଟୋ ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀ ମୃତୁ୍ୟବରଣ କରିଥିବା ଜଣାଯାଇଛି । ଶନିବାର ସନ୍ଧ୍ୟା ୭ଟା ସମୟରେ ଧାମନଗର କୋର୍ଟରେ କାର୍ଯ୍ୟରତ ୪ର୍ଥ ଶ୍ରେଣୀ କର୍ମଚାରୀ ହେଲପୁର ଗ୍ରାମର ପ୍ରଦୀପ ମୁଣ୍ଡା(୨୫) ଘରକୁ ବାଇକ ଯୋଗେ ଫେରୁଥିବା ବେଳେ ରାଜପଥର ଧାମନଗରଛକ ଠାରୁ ଧାମନଗର ରାସ୍ତାରେ ସମ୍ମୁଖରୁ ଆସୁଥିବା ଏକ ଅଟୋ ସହ ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଥିଲା । ବାଇକ ଆରୋହୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଣ୍ଡାରିପୋଖରୀ ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।