କଂଗ୍ରେସ ପ୍ରଭାରୀ ଓ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ପାପଡାହାଣ୍ଡି : ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲୁଲ୍ଲୁ ଏବଂ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କୁ ନବରଙ୍ଗପୁର କଂଗ୍ରେସ ପକ୍ଷରୁ ଫୁଲମାଳ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଉଭୟ କଳାହାଣ୍ଡି ପଟରୁ ନବରଙ୍ଗପୁର ଅଭିମୁଖେ ଯାଉଥିବା ବେଳେ ମୈଦଲପୁର ଚେକପୋଷ୍ଟ ନିକଟରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ଉକ୍ତ ସମୟରେ ଜିଲ୍ଲା ସଭାପତି ଭୁଜବଳ ମାଝୀ, ଜିଲ୍ଲା ଉପ ସଭାପତି ଦିଲ୍ଲୀପ ବେହେରା, ଡାବୁଗାଁ ବ୍ଲକ ସଭାପତି ଜି. ସାଇ ରାଜୁ, ନନ୍ଦାହାଣ୍ଡି ବ୍ଲକ ସଭାପତି ବୃନ୍ଦାବନ ତ୍ରିପାଠୀ, ପାପଡାହାଣ୍ଡି ବ୍ଲକ ସଭାପତି ଶ୍ରୀକାନ୍ତ ମିଶ୍ର, ଦ୍ୱାରିକା ମହାପାତ୍ର, ତେନ୍ତୁଳିଖୁଣ୍ଟି ବ୍ଲକ ସଭାପତି ପ୍ରହଲ୍ଲାଦ ହିଆଲ, ଚନ୍ଦାହାଣ୍ଡି ବ୍ଲକ ସଭାପତି ଖେମରାଜ ବାଗଙ୍କ ସହ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।