"ଶିଶୁ ପାଇଁ ଦିନଟିଏ "କାର୍ଯ୍ୟକ୍ରମ

 ଗୁଣପୁର ବ୍ଲକ ସମ୍ମିଳନୀ କକ୍ଷରେ ବାଲ୍ୟବିବାହ ରୋକିବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଓ "ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ଅଳ୍ପ ବୟସରେ କିଶୋରୀ ବାଳିକା ମାନେ ଭଲପାଇ ବିବାହ କରିବା ଓ  ମାତୃତ୍ୱ ଲାଭ କରିବା ଦେଖିବାକୁ ମିଳୁଥିବାରୁ ଏହାକୁ ରୋକିବା ପାଇଁ ବିଭିନ୍ନ ଗୋଷ୍ଠୀକୁ ସଚେତନତା କରାଯାଇଥିଲା । ବାଲ୍ୟ ବିବାହ ରୋକିବା, ବାଲ୍ୟ ବିବାହ ଜନିତ କୁପ୍ରଭାବ ଯୋଗୁଁ ମା ଓ ଶିଶୁ ଜୀବନ ପ୍ରତି ବିପଦ ଥିବା ଆଦି ବିଷୟରେ ସଚେତନତା କରାଯାଇଥିଲା  । ଶିଶୁଟିଏ ହସିଲେ ଦେଶ ହସିବ, ଆଜିର ଦିନଟି ଶିଶୁଙ୍କ ପାଇଁ ଉସôର୍ଗୀକୃତ, ଶିଶୁଙ୍କ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସେଥିପାଇଁ  ଶିଶୁ ବିକାଶ ବିଭାଗ, ଶିଶୁ ସୁରକ୍ଷା ୟୁନିଟ ମିଳିତ ଭାବେ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଗୁଣପୁର ଶିଶୁ ବିକାଶ ଯୋଜନା ଅଧିକାରୀ ସୁଷମା ପ୍ରସାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦର ମୁଖ୍ୟ ଅତିଥି, ଆଦର୍ଶ ଥାନା ଅଧିକାରୀ ଉତ୍ତମ କୁମାର ସାହୁ, ଜଗନ୍ନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶାଶ୍ୱତ ପରିଡା, ଉପଖଣ୍ଡ ପ୍ରୋଗ୍ରାମ ଅଧିକାରୀ କଳ୍ପନା ମହାଙ୍କୁଡ଼, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ଭାରପ୍ରାପ୍ତ ପଞ୍ଚାୟତ ଉନ୍ନୟନ ଅଧିକାରୀ ପି ଦିବାକର, ମାଝୀଗୌରୀ ଇଈଙ ସମ୍ପାଦକ ପିଙ୍କି ମହାପାତ୍ର, ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟକ୍ଷା, ଛାତ୍ରୀନିବାସର ମେଟ୍ରୋନ, ସମସ୍ତ ପଞ୍ଚାୟତ ଅଧିକାରୀ, ଅଙ୍ଗନବାଡି କର୍ମୀ, ଆଶା ଓ ସ୍ୱାସ୍ଥ୍ୟ କର୍ମୀ, ପଞ୍ଚାୟତରାଜ ସଦସ୍ୟ, ଟେଣ୍ଟ ହାଉସ ମାଲିକ ଉପସ୍ଥିତ ଥିଲେ ।