ସୁଭଦ୍ରାଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ
ତାଳଚେର : ବହୁ ଚର୍ଚ୍ଚିତ ତଥା ତାଳଚେର ଲୋଧାଝରୀ ଗ୍ରାମର ଝିଅ ସୁଭଦ୍ରା ପାଦିଲଙ୍କୁ ଗଣଦୁଷ୍କର୍ମ ପରେ ବିଭର୍ତ୍ସ ହତ୍ୟାକାଣ୍ଡ ଘଟଣା ଘଟାଇ ଅଭିଯୁକ୍ତମାନେ ଏଯାବତ୍ ଧରା ନ ପଡ଼ିବା ସାରା ରାଜ୍ୟବାସୀଙ୍କୁ ଚକିତ କରିଛି । ଇତି ମଧ୍ୟରେ ୧୫ଦିନରୁ ଊଦ୍ଧ୍ୱର୍ ସମୟ ବିତିଯାଇଥିଲେ ମଧ୍ୟ ଦୋଷୀମାନେ ଧରା ନ ପଡ଼ିବା ତାଳଚେର ପୁଲିସ୍ର କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ନିଦେ୍ର୍ଦଶ କରୁଛି । ଏହି ପରିପ୍ରେକ୍ଷୀରେ ପରମଜ୍ୟୋତି ଓମେନ୍ େଓୱଲଫେୟାର ପକ୍ଷରୁ ସଭାନେତ୍ରୀ ଜିଲ୍ଲାପରିଷଦ ସଦସ୍ୟା ରୀତାରାଣୀ ଦାସଙ୍କ ନେତୃତ୍ୱରେ ଶତାଧିକ ମହିଳା ଏସଡ଼ିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତୁରନ୍ତ ଦୋଷୀକୁ ଗିରଫ କରିବା ସହିତ ସୁଭଦ୍ରା ପ୍ରତି ଏପରି କାଣ୍ଡ ଭିଆଇଥିବା ସମସ୍ତ ଦୋଷୀକୁ ଫାଶୀଦିଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ । ଦେଉଳବେଡ଼ାର ଦଳିତ ଯୁବକ ବିଶ୍ୱଜିତ୍ ନାଏକଙ୍କ ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରିବା ସହ ତାଳଚେର ବିଭିନ୍ନ କାରଣ ପାଇଁ ସାରା ଦେଶ ଗର୍ବିତ ହେଉଥିବା ବେଳେ ଆଜି ଏହି ଦୁଇ ଦୁଇଟି ଘଟଣା ପାଇଁ ସମପରିମାଣରେ ତାଳଚେରକୁ ନିନ୍ଦିତ କରିଛି ବୋଲି ପ୍ରକାଶ କରିବା ସହିତ ଅନୁଗୋଳ ଏସ୍ପିଙ୍କ ଉଦେ୍ଦଶ୍ୟରେ ତାଳଚେର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।