ବିଦ୍ୟୁତ ସବଷ୍ଟେସନ କାର୍ଯ୍ୟକ୍ଷମ
ବ୍ରହ୍ମବରଦା : ରାଜ୍ୟରେ ଆଗାମୀ ଦିନରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଟାଟା ବିଦ୍ୟୁତ୍ ବିଭାଗ ପକ୍ଷରୁ ବହୁ ପ୍ରତୀକ୍ଷିତ ବ୍ରହ୍ମବରଦା ୩୩/୧୧ସବଷ୍ଟେସନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ବିଦ୍ୟୁତ୍ ବିଭାଗ କନିଷ୍ଠଯନ୍ତ୍ରୀ ସେକ୍ ଇବ୍ରାର ଅଲ୍ଲୀଙ୍କ ତତ୍ତ୍ୱାବଧାନରେ ଅତିଥି ଭାବେ କୁଆଖିଆ ବିଦ୍ୟୁତ ଡ଼ିଭିଜନର ଏସଡ଼ିଓ ସିତାଂଶୁ ଶେଖର ଶତପଥି ଯୋଗ ଦେଇ ୩୩/୧୧କେଭି ବିଦ୍ୟୁତ ସରବରାହର ଶୁଭାରମ୍ଭ କରିଥିଲେ । ବ୍ରହ୍ମବରଦା ୩୩/୧୧ସବଷ୍ଟେସନର ପୂର୍ବରୁ ଗୋଟିଏ ଫିଡ଼ର କାର୍ଯ୍ୟକ୍ଷମ ଥିବା ସମୟରେ ଲୋକେ ଲୋ-ଭୋଲଟେଜ୍ ଓ ବିଦ୍ୟୁତ୍କାଟ ଭଳି ସମସ୍ୟାର ସମୁଖୀନ ହେଉଥିଲେ । ଆଜି ଆଉ ଗୋଟିଏ ଫିଡ଼ର କାର୍ଯ୍ୟକ୍ଷମ ହେବା ଦ୍ୱାରା ବ୍ରହ୍ମବରଦା, ଚାନ୍ଦପୁର-ମହେଶ୍ୱରପୁର, ବନ୍ଧଡ଼ିହ ପଞ୍ଚାୟତର ପାଖାପାଖି ୩ହଜାରରୁ ଉର୍ଦ୍ଧ ଉପଭୋକ୍ତା ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ ବୋଲି ଏସଡ଼ିଓ ଶ୍ରୀ ଶତପଥି କହିଛନ୍ତି । କାର୍ଯ୍ୟକ୍ରମରେ ବିଭାଗ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।