ମହୁଲ ଫୁଲର ଅଭାବୀ ବିକ୍ରି ଏକଲ ଅଭିଯାନ
ସମ୍ବଲପୁର : ସଂସ୍କାର ମୂଳକ ଶିକ୍ଷା ହିଁ ବିକଶିତ ରାଜ୍ୟ ଓ ରାଷ୍ଟ୍ର ଗଠନର ପରିଚୟ । ଗ୍ରାମ୍ୟ ବିକାଶକୁ ଆଗେଇ ନେବାକୁ ହେଲେ ଗୋଷ୍ଠି ସହଭାଗିତା ଏକ ବିଶେଷ ଅଙ୍ଗ । ଯାହାକି ଏକଲ ଅଭିଯାନ ଏକ ଦୃଷ୍ଟାନ୍ତ ବୋଲି ଏକଲ ଅଭିଯାନର ସମ୍ବଲପୁର ଚେପ୍ଟର ଶାଖା ଉଦ୍ଘାଟନ ଉତ୍ସବରେ ମତ ପ୍ରକାଶ ପାଇଛି । ସମ୍ବଲପୁର ଠାରେ ଆୟୋଜିତ ଏକ ଉତ୍ସବରେ ବନ ବନ୍ଧୁ ପରିଷଦର ସମ୍ବଲପୁର ଚେପ୍ଟରକୁ ସମ୍ବଲପୁର ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର ଓ ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ମିଳିତ ଭାବେ ଉଦ୍ଘାଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ଜିଲ୍ଲାପାଳ ବୋନ୍ଦର ମୁଖ୍ୟଅତିଥି ଓ ବିଶିଷ୍ଟ ଅତିଥି ଭାବେ ଏସ୍ପି ଭାମୁ ଯୋଗ ଦେଇଥିବା ବେଳେ ମହିଳା ଶାଖା ସଭାନେତ୍ରୀ ବିନା ଅଗ୍ରୱାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏକଲ ଅଭିଯାନର ଜାତୀୟ ସମ୍ପାଦକ (କୋଲକତା) ଶାନ୍ତା ଶାରଦା, ରାଞ୍ଚି ଶାଖାର ଅଧ୍ୟକ୍ଷା ରେଖା ଜୈନ, ଭୁବନେଶ୍ୱର ପୃଷ୍ଠପୋଷକ ଅଜୟ ଅଗ୍ରୱାଲ, ଭୁବନେଶ୍ୱର ଶାଖା ସଭାପତି ପ୍ରକାଶ ଭୁରା, ଜାତୀୟ ସଭାପତି ତଥା ସିଏସଆର ପ୍ରଭାରୀ ରାକେଶ ଝୁନଝୁନୱାଲା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଞ୍ଚଳ ସଭାପତି ବିଜୟ କେଡିଆ ଅତିଥି ସ୍ୱାଗତ ସହିତ ଶେଷରେ ଧନ୍ୟବାଦ ଦେଇଥିଲେ ।