ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ , ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ପଦୋନ୍ନତି
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର : ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ଅବିନାଶ ରାଉଳଙ୍କ ପଦୋନ୍ନୋତି ହୋଇଛି । ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଚିଠି ନମ୍ବର ୨୧୯୬୮/୦୯.୦୮.୨୦୨୪ ଅନୁଯାୟୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ଅବିନାଶଙ୍କୁ ରାଜ୍ୟ ସରକାର କଟକ ଡ୍ରେନଜ ବିଭାଗ ମୁଖ୍ୟ ଯନ୍ତ୍ରୀ ଭାବେ ବଦଳି କରିଛନ୍ତି । ଇଂ ରାଉଳ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ ୨୦୨୨ ମସିହା ଜୁନ ମାସ ୬ ତାରିଖରେରେ ଦାୟିତ୍ୱ ଗ୍ରହଣ କରିଥିଲେ । ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ କାର୍ଯ୍ୟାଳୟରେ ତାଙ୍କ ୨ ବର୍ଷର ଚାକିରୀ ଅବଧି ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ କାର୍ଯ୍ୟ କରିଛନ୍ତି । ଏହି ସମୟରେ ବୈତରଣୀ ବାମ ପାର୍ଶ୍ୱର ଦୀର୍ଘ ୨୮.୮ କି.ମି କେନାଲକୁ କାର୍ଯ୍ୟକ୍ଷମ କରିବାରେ ଇଂ ରାଉଳଙ୍କ ଅବଦାନ ଅତୁଳନୀୟ ।