ଶ୍ରବଣଶକ୍ତିର ସମସ୍ୟା ଓ ପ୍ରତିକାର
ନାରାୟଣ ଚନ୍ଦ୍ର ବିଶ୍ୱାଳ : ଆପଣ ଉଚ୍ଚ ସ୍ୱରରେ ଗୀତ ଶୁଣୁଛନ୍ତି କି? ସହଜେ ତ ବିବାହ ବା ବିଭିନ୍ନ ସାମାଜିକ ଏପରିକି ରାଜନୈତିକ କାର୍ଯ୍ୟକ୍ରମରେ କାନଫଟା ବାଜା ଗୀତର ରୋଷଣୀ ଦିନକୁ ଦିନ ଅତ୍ୟନ୍ତ ଉକ୍ରଟ ହେଉଛି । ତେବେ ଏସବୁ ଭିତରେ ଆପଣ ନିଜେ ଟିକେ ସତର୍କ ହୋଇଯାଆନ୍ତୁ । ସୁମଧୁର ଓ ଶ୍ରୁତିପୂର୍ଣ୍ଣ ସଂଗୀତ ସମସ୍ତଙ୍କୁ ଶାନ୍ତି ଦେଇଥାଏ । ତେବେ ନିକଟରେ ଏକ ଚମକପ୍ରଦ ଘଟଣା ଅଗଣିତ ଭାରତୀୟ ମାନଙ୍କୁ ନୁହେଁ ସଂଗୀତପ୍ରେମୀଙ୍କୁ ଗଭୀର ଦୁଃଖ ଭିତରକୁ ଠେଲି ଦେଇଛି । ଆମ ସମୟର ତଥା ବଲିଉଡର ଲୋକପ୍ରିୟ ପ୍ରତିଥଯଶା ସୁମଧୁର ଗାୟିକା ଏହି ଉଚ୍ଚ ଶ୍ରବଣ ବିଶୃଙ୍ଖଳାର ଶିକାର ହୋଇ ନିଜେ ପ୍ରମୁଖ ଖବର ପାଲଟିଛନ୍ତି । ପରବର୍ତ୍ତୀ ସମୟରେ ବାକଶ୍ରବଣ ବିଶେଷଜ୍ଞଙ୍କ ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଏହା ଏକ ବିରଳ ଭୂତାଣୁଜନିତ ସ୍ନାୟୁବିକ ଶ୍ରବଣ ହୀନତା ବୋଲି ଜଣାପଡ଼ିଲା । ଯାହାକୁ ଆମ ଇଏନଟି ଚିକିତ୍ସା ପାଠରେ ସେନ୍ସୋରିନ୍ୟୁରାଲ ହିୟରିଂ ଲସ ବୋଲି କୁହାଯାଏ । ଏହି ସମସ୍ୟାରେ ରୋଗୀଙ୍କର କାନର ଭିତର ଅଂଶ ବା ଅଡିଟରି ନର୍ଭକୁ କ୍ଷତି ପହଞ୍ଚାଇଥାଏ । ଆମ ମାନଙ୍କର ସ୍ୱାଭାବିକ କାନ ଶୁଣିବା ପାଇଁ ୭୦ ଡେସିବିଲ ତୀବ୍ରତାର ଶବ୍ଦ ନିରାପଦ ରହିଛି । ତେବେ ଉପରୋକ୍ତ ସେନ୍ସୋରିନ୍ୟୁରାଲ ହିୟରିଂ ଲସ କାରଣ ପାଇଁ ପାଖାପାଖି ୯୦ ପ୍ରତିଶତ ଶ୍ରବଣ ଶକ୍ତି କମିଯାଇଥାଏ । ଏହି ରୋଗର କାରଣ ବିଶେଷ ଭାବେ ଅତ୍ୟଧିକ ଶବ୍ଦ ଶୁଣିବାରୁ ହୋଇଥାଏ । ତେବେ କେତେକଙ୍କ କ୍ଷେତ୍ରରେ ଏହା ଜେନେଟିକ ହୋଇଥିବାବେଳେ କିଛି କ୍ଷେତ୍ରରେ ବୟସ କାରଣରୁ ହୋଇଥାଏ । ଆମ କାନର ଭିତର ଅଂଶରେ ଏକ ଅଙ୍ଗ ରହିଛି ଯାହାକୁ କପ୍ଲିଆ, ଯେଉଁଥିରେ ଛୋଟ ଛୋଟ କେଶ ଭଳି କୋଷିକାମାନ ରହିଥାନ୍ତି । ଏଗୁଡ଼ିକ ସାଉଣ୍ଡ ୱେଭରୁ ମିଳୁଥିବା ଭାଇବ୍ରେସନରୁ ନ୍ୟୁରାଲ ସିଗନାଲରେ ପରିଣତ କରିଥାଏ, ଯାହା ଅଡିଟୋରି ନର୍ଭ ମାଧ୍ୟମରେ ବ୍ରେନକୁ ପହଞ୍ôଚଥାଏ । ତେବେ ୮୫ ଡେସିବେଲରୁ ଅଧିକ ଶବ୍ଦ ଶୁଣିବା ଦ୍ୱାରା ଆମ କାନରେ ଥିବା ଏହି କେଶକୁ କ୍ଷତି ପହଞ୍ôଚଥାଏ, ଯେଉଁ କାରଣରୁ ଆମର ଶୁଣିବା ଶକ୍ତି କମିଥାଏ । ଏହାର ବିଭିନ୍ନ ପ୍ରକାର ମଧ୍ୟ ରହିଛି । ତେବେ ଏହାର କିଛି ଲକ୍ଷଣ ରହିଛି ଯାହାକୁ ଚିହ୍ନଟ କରି ଚିକିତ୍ସା କରାଇପାରିଲେ ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା । ତେଣୁ ଯଦି କୌଣସି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଯେତେବେଳେ ବ୍ୟାଗଗ୍ରାଉଣ୍ଡ ମ୍ୟୁଜିକ ଅଧିକ ରହିଛି ସେତେବେଳେ ଶୁଣିବାରେ ଅସୁବିଧା ହେବା, ବିଶେଷଭାବେ ସ୍ତ୍ରୀ କିମ୍ବା ପୁରୁଷ ପିଲାମାନଙ୍କର କଥା ଶୁଣି ବୁଝିବାରେ ଅସୁବିଧା ହେବା, ସନ୍ତୁଳନରେ ଅସୁବିଧା, ଅତ୍ୟଧିକ ପିଚର ଶବ୍ଦ ଶୁଣିବାରେ ଅସୁବିଧା ହେବା, ବେଳେ ବେଳେ ଶୁଣିପାରୁ ହେଲେ କଣ କୁହାଯାଉଛି ବୁଝି ପାରିନଥାଉ । ସେହିପରି ଏକାଦିକ୍ରମେ ସଂଗୀତ ଶୁଣିବା ଅବଧିକୁ କମାଇବା ସହ ଶ୍ରବଣ ବିଶୃଙ୍ଖଳାର ସାମାନ୍ୟତମ କୌଣସି ସମସ୍ୟା ବା ଲକ୍ଷଣ ଦେଖାଦେଲେ ଆପଣ ତୁରନ୍ତ ବାକ୍ ଶ୍ରବଣ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଘଣ୍ଟା ଘଣ୍ଟା ଧରି ହିୟରିଂ କଡ଼ର ଅଯଥା ବ୍ୟବହାରରୁ ଦୂରେଇବା ପାଇଁ ଚେଷ୍ଟା କରନ୍ତୁ । ସେହିପରି କେହି କେହି ବିଚାର କରନ୍ତି ଯେ କମ ଶୁଣିବା ମଧ୍ୟ ଭଲ ଅଭ୍ୟାସ କିନ୍ତୁ ଏହା ମଧ୍ୟ ଠିକ ନୁହେଁ । ଆପଣଙ୍କ କାନ ଶୁଣିବାର ଏକ ନିର୍ଦ୍ଦିଷ୍ଟ କ୍ଷମତା ଅଛି । ଏହାକୁ ବାକ୍ ଶ୍ରବଣ ବିଶେଷଜ୍ଞଙ୍କ ପରାମର୍ଶରେ ମାପକରି ସେହି ଅନୁଯାୟୀ ଶୁଣିବାର କ୍ଷମତା ରଖନ୍ତୁ । କେତେକଙ୍କ କ୍ଷେତ୍ରରେ କର୍ଣ୍ଣପଟ୍ଟଳ କୌଣସି ଦୁର୍ଘଟଣା ବଶତଃ ଆଘାତ ପ୍ରାପ୍ତ ହୋଇଥିଲେ, କୌଣସି ଔଷଧର ପରିପାଶ୍ୱର୍ିକ ପ୍ରତିକ୍ରିୟା ଏପରିକି ନିଶାଦ୍ରବ୍ୟର କାରଣ ପାଇଁ ମଧ୍ୟ ଏହି ସମସ୍ୟା ଅନ୍ୟତମ କାରକ ଭାବେ ଗ୍ରହଣ କରାଯାଏ । ପିଲାମାନଙ୍କୁ ଛୋଟବେଳୁ ଏ ଅଭ୍ୟାସରୁ କମ କିପରି କରାଯାଇପାରିବ ସେ ଶିକ୍ଷା ଦିଅନ୍ତୁ । ଏହାସହ ନିୟମିତ ଭାବେ ବାକ୍ ଶ୍ରବଣ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ଏବଂ କୌଣସି ଶ୍ରବଣ ସମ୍ବନ୍ଧୀୟ ସମସ୍ୟା ଦେଖାଦେଲେ ମନଇଛା ପେନକିଲର ବା ଇୟର ଡ୍ରପ ବ୍ୟବହାର କରନ୍ତୁ ନାହିଁ । ଆପଣଙ୍କ ଖାଦ୍ୟ ତାଲିକାରେ ସୁଷମ ଖାଦ୍ୟ, ପନିପରିବାକୁ ଗୁରୁତ୍ୱ ଦିଅନ୍ତୁ । ଗାଡ଼ି ଚାଳନା ବେଳେ ବା ରାତିରେ ଶୋଇବା ବେଳେ ଏପରିକି ପ୍ରାତଃ ଭ୍ରମଣ ହେଉ ବା ଯୋଗ ପ୍ରାଣାୟାମ ସେ ସମୟରେ କାନରେ ହିୟରିଂ କଡ଼ ବ୍ୟବହାର କରିବା ଅଭ୍ୟାସ ପରିତ୍ୟାଗ କରନ୍ତୁ ।
କେତେକ ଅଛନ୍ତି କାନରେ ମଇଳା ଜମିଛି ଭାବି ମନଇଛା ଅନାବଶ୍ୟକ ଏଣୁତେଣୁ କାଠି ପୁରାଇ କର୍ଣ୍ଣ ଗହ୍ୱରକୁ ପରିଷ୍କାର କରିବାକୁ ଅପଚେଷ୍ଟା କରିଥାନ୍ତି । ଏହା କେବଳ ମାରାତ୍ମକ ନୁହେଁ ବରଂ ଘାତକ ମଧ୍ୟ । ଦେଶୀୟ ବା ତୁଟୁକା ତୁଟୁକି ପ୍ରାଚୀନ ବ୍ୟବସ୍ଥାର କୌଣସି ତେଲ କାନ ସଫା ପାଇଁ ଆଦୌ ପକାନ୍ତୁ ନାହିଁ । ନିଜ ଶରୀରକୁ କେବଳ ନୁହେଁ କାନ ଯେ ଆପଣଙ୍କର ଶରୀରର ଗୁରୁତ୍ୱପୂର୍ଣ୍ଣ ଅଂଶ ଏହାକୁ ଆଦୌ ଭୁଲନ୍ତୁ ନାହିଁ । କାନ ସମ୍ବନ୍ଧୀୟ ପରାମର୍ଶ ନେଇ ଆଲୋଚନା କଲାବେଳେ ଡିଜେ ସଂଗୀତ ଏକ ମାରାତ୍ମକ ପ୍ରସଙ୍ଗ । ଅନେକ ଏହାକୁ ଅଣଦେଖା କରିଥାନ୍ତି । ଯଥା ସମ୍ଭବ ଡିଜେ ବ୍ୟବହାର ହେଉଥିବା ସ୍ଥାନ ଠାରୁ ନିଜକୁ ଦୂରେଇବା ପାଇଁ ଚେଷ୍ଟା କରନ୍ତୁ । କାନରେ ପାଣି ପଶିଗଲେ କିମ୍ବା ଏବେ ଯେହେତୁ ବର୍ଷାଦିନ ବ୍ୟବହାରିକ ସାଧାରଣ ଜୀବନରେ ବର୍ଷାରେ ଭିଜିବା ସମୟରେ କାନ ଭିତରକୁ ପାଣି ଚାଲି ଯାଉଥିଲେ ଏ ଦିଗକୁ ଅଣଦେଖା କରନ୍ତୁନାହିଁ । ପରିଷ୍କାର ବିଶୋଧିତ ତୁଳା ଦ୍ୱାରା କାନ ସଫା କରନ୍ତୁ । ପାଣିରେ ବୁଡ଼ି ସ୍ନାନ କରିବା ଅଭ୍ୟାସ ଥିଲେ ଏଥିରୁ ନିବୃତ୍ତ ରହିବା ଖୁବ ଭଲ । ଅନେକ ହୁଏତ ଜାଣିନଥାନ୍ତି କାନ ସହିତ ସ୍ନାୟୁଗତ ଭାବେ ମସ୍ତିଷ୍କର ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଓ ସମ୍ପର୍କ ରହିଛି । ତେଣୁ ଅନେକ କ୍ଷେତ୍ରରେ ଏହା ସ୍ନାୟୁ ମସ୍ତିଷ୍କଜନିତ ସମସ୍ୟାକୁ ବିଗାଡ଼ି ଦେଇଥାଏ । ଶ୍ରୁତିମଧୁର ସଂଗୀତ ଜୀବନର ଆନନ୍ଦ ମହୌଷଧି । ଏହା ଯଦି ଦୁଃଖଦ ହୋଇ ଆପଣଙ୍କ ଶ୍ରବଣ ଶକ୍ତିକୁ ସବୁଦିନ ପାଇଁ ବନ୍ଦ କରିଦିଚଏ ତାହାହେଲେ ଟିକେ ଚିନ୍ତା କରନ୍ତୁ ଆପଣଙ୍କ ଜୀବନଟି କିପରି ଏକ ଅସଜଡ଼ା ହେବନାହିଁ ବରଂ ଆପଣଙ୍କ ଆଖପାଖ ପରିବେଶ, ସମୟ ଆଉ ସମସ୍ତଙ୍କୁ ଶୁଣିବାର ଅନୁଭବକୁ ହରାଇ ବସିବେ ।
ମୋ : ୯୪୩୮୨୭୬୭୬୦
Samir Kumar Rout