ନବଗ୍ରହ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା 

ରାଜନଗର,  : ରାଜନଗର ବ୍ଲକ କେରଡ଼ାଗଡ଼ଠାରେ ନବଗ୍ରହ ମନ୍ଦିର ନିର୍ମାଣ ପରେ ବିଗ୍ରହ ପ୍ରତିଷ୍ଠା ଉସôବ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୧୦ ତାରିଖଠାରୁ ନୂତନ ମନ୍ଦିର ପ୍ରତିଷ୍ଠା ଓ ନବଗ୍ରହ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୧୩ ତାରିଖ ରବିବାର ଦିନ ପଯ୍ୟନ୍ତ ୪ ଦିନ ବ୍ୟାପି ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏଥିସହ ବିଶ୍ୱର କଲ୍ୟାଣ ପାଇଁ ବିଶ୍ୱଶାନ୍ତି ମହାଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉସôବରେ କେରଡ଼ାଗଡ଼ ଗ୍ରାମର ଗ୍ରାମବାସୀବୃନ୍ଦ ଓ ଆଖପାଖ ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ସାହାଯ୍ୟ ସହଯୋଗରେ ନବଗ୍ରହ ମନ୍ଦିର ପ୍ରତିଷ୍ଠା, ବିଗ୍ରହ ସ୍ଥାପନା ଓ ବିଶ୍ୱଶାନ୍ତି ମହାଯଜ୍ଞ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଯାଇଛି । ନବଗ୍ରହ କମିଟିର ସଭାପତି ଅରୁଣ କୁମାର ସାହୁ, ସମ୍ପାଦକ ଶରତ ଚନ୍ଦ୍ର ନାୟକ, ଉପସଭାପତି ଶରତ ସ୍ୱାଇଁ, ପରିଚାଳନା କମିଟିର ସଭ୍ୟ ମନମୋହନ ବେହେରା, କଳ୍ପତରୁ ସାମଲ, ଦୀପକ ବାରିକ, କଳାକାର ନାୟକ, ଗଦାଧର ସାହୁ, ଭାସ୍କର ବେହେରା, ଅନିରୁଦ୍ଧ ରଣା, ନରହରି ମଲ୍ଲିକ, କୈଳାଶ ମଲ୍ଲିକ, ଫକୀର ମାହାରୀ, ରାଜକିଶୋର ମୁଦୁଲି, ରଞ୍ଜନ ରାଉତ, ରଘୁନନ୍ଦନ ପତି, ବୈକୁଣ୍ଠ ବାରିକ, ଆଲୋକ ରଞ୍ଜନ ବାରିକ, ରବୀନ୍ଦ୍ର ମଲ୍ଲିକ, ଉମାକାନ୍ତ ନାୟକଙ୍କ ସମେତ କେରଡ଼ାଗଡ଼ଗ୍ରାମର ଗ୍ରାମବାସୀମାନେ ଉକ୍ତ କାର୍ଯ୍ୟଟିକୁ ଶୃଙ୍ଖଳାର ସହିତ ସମାପନ କରିଥିଲେ  ।