ପଞ୍ଚଲିଙ୍ଗେଶ୍ୱର ବନ ମହୋସବ ଉଦଯାପିତ: ପପୁଙ୍କ ଅଭିନୟରେ ଝୁମିଲେ ଦର୍ଶକ
ନୀଳଗିରି : ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ସ୍ଥଳୀ ନିକଟ ନୂତନ ପାର୍କିଙ୍ଗ ଷ୍ଟାଣ୍ଡ ଠାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ପଞ୍ଚଲିଙ୍ଗେଶ୍ୱର ବନ ମହୋସôବ ଅନୁଷ୍ଠିତ ହୋଇଆସୁଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଛତ୍ରପୁର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ବାବା ପଞ୍ଚଲିଙ୍ଗେଶ୍ୱର ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୟୋଳନ କରିଥିଲେ । ଉଦଘାଟକ ଭାବେ ନୀଳଗିରି ତହସିଲଦାର ସୋନମ ଦାସ, ମୁଖ୍ୟବକ୍ତ ଭାବେ ସମାଜସେବୀ ବିକ୍ରମ ପଣ୍ଡା, ସମ୍ମାନିତ ଅତିଥି ଭାବେ ଧାମରାର ଆଇଟି ଇଂ. ବିଜୟ କୁମାର ମହାଳିକ, ମଞ୍ଚସୀନ ଅତିଥି ମାନଙ୍କ ମଧ୍ୟରେ ନୀଳଗିରି ପୂର୍ବତନ ବିଧାୟକ ତଥା ମହୋସôବ କମିଟିର ସଭାପତି ଚିତ୍ତରଞ୍ଜନ ଷଡ଼ଙ୍ଗୀ, ଅନୁଷ୍ଠାନର ଉପସଭାପତି ପ୍ରଶାନ୍ତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତ ସରପଞ୍ଚ ତଥା ଅନୁଷ୍ଠାନର ସମ୍ପାଦକ ପୁରୁଷୋତ୍ତମ ସେଠୀ, କୋଷାଧ୍ୟକ୍ଷ ମନୋରଞ୍ଜନ ଦାସ, ପିତାମ୍ବର ପ୍ରମୁଖ ମଞ୍ଚସିନ ଥାଇ ନିଜନିଜର ଅଭିଭାଷଣ ରଖିଥିଲେ । ଶିକ୍ଷାବିତ ଶନିଶ୍ଚର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ମହୋସôବ କମିଟିର ସମସ୍ତ ସଦସ୍ୟ, ଦୋକାନ କମିଟି ସଦସ୍ୟ, ସଦସ୍ୟା, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ତେବେ ଶେଷ ସନ୍ଧ୍ୟାରେ ଓଲିଉଡ଼ ହାସ୍ୟ ଅଭିନେତା ପପୁ ପମପମଙ୍କ ହାସ୍ୟ ଅଭିନୟରେ ଶହ ଶହ ଦର୍ଶକ ଝୁମିଥିଲେ ।