ଶ୍ରୀ ଜଗନ୍ନାଥ ଭକ୍ତ ସମାଜର ବାର୍ଷିକ ଉସବ

 ପୁରୀ : ଶ୍ରୀଜଗନ୍ନାଥ ଭକ୍ତ ସମାଜର ଦ୍ୱିତୀୟ ବାର୍ଷିକ ଉସôବ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର ସଭାପତି ଶଙ୍କର୍ଷଣ ମଙ୍ଗରାଜ । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କିଭଳି ବିଶ୍ୱ ସ୍ତରରେ ହୋଇପାରିବ ସେ ସଂପର୍କରେ ଉସôବ ଅବସରରେ ଆଲୋଚନା କରାଯାଇଥିଲା । ମୁଖ୍ୟ ବକ୍ତା ରୂପେ ସ୍ୱାମୀ ଶ୍ରୀକୃଷ୍ଣ ପ୍ରେମାନନ୍ଦ ସରସ୍ୱତୀ ଶ୍ରୀଜଗନ୍ନାଥଙ୍କ ସେବା ପୂଜା ଓ ଏହା କିଭଳି ଲୋକାଚାରରେ ପ୍ରଚାରିତ ଓ ବିଶ୍ୱ ଏକତାର ପ୍ରତୀକ ସେ ସଂପର୍କରେ ଆଲୋକପାତ କରିଥିଲେ । ବିଶିଷ୍ଟ ଅତିଥି ଭାବେ ସଦାଶିବ ପରିସରର ଭାରପ୍ରାପ୍ତ ନିଦେ୍ର୍ଦଶିକା ପ୍ରଫେସର ଅନୁପମା ପୃଷ୍ଟି ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଜାନିଯାତ୍ରା ଓ ଶାସ୍ତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା କିଭଳି ବର୍ଣ୍ଣନା କରାଯାଇଛି ସେ ସଂପର୍କରେ ସୂଚନା ଦେଇଥିଲେ । ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସମ୍ମାନିତ ବକ୍ତାଭାବେ ଯୋଗଦାନ କରି ଶ୍ରୀଜଗନ୍ନାଥଙ୍କ ମହିମା ପ୍ରଚାର ପ୍ରସାର ପାଇଁ ସମସ୍ତ ଜଗନ୍ନାଥ ପ୍ରେମୀ ଅନୁଷ୍ଠାନ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ । ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କ ମଧ୍ୟରେ ସ୍ୱାମୀ ଶ୍ରୀକୃଷ୍ଣ ପ୍ରେମାନନ୍ଦ ସରସ୍ୱତୀଙ୍କୁ ଶ୍ରୀଜଗନ୍ନାଥ କଥା ସେବା ସମ୍ମାନ-୨୦୨୫, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଶ୍ରୀ ଜଗନ୍ନାଥ ସେବା ସମ୍ମାନ-୨୦୨୫, ଡ଼. ନାରାୟଣ ମହାପାତ୍ରଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ସମ୍ମାନ-୨୦୨୫, ଡ଼ା. ଦେବେନ୍ଦ୍ର ନାଥ ତରେଇଙ୍କୁ ଶ୍ରୀଜଗନ୍ନାଥ ଚିକିସôା ସମ୍ମାନ-୨୦୨୫ ଓ ସୌମେନ୍ଦ୍ର ପିୟଦର୍ଶୀଙ୍କୁ ଶ୍ରୀଜଗନ୍ନାଥ ସେବା ଆରକ୍ଷୀ ସେବା ସମ୍ମାନ-୨୦୨୫ ପ୍ରଦାନ କରାଯାଇଥିଲା । ସୌମେନ୍ଦ୍ର ପିୟଦର୍ଶୀ ଉସôବରେ ଅନୁପସ୍ଥିତ ଥିଲେ । ଅନୁଷ୍ଠାନ ତରଫରୁ ପ୍ରକାଶିତ ବାର୍ଷିକ ପତ୍ରିକା ‘ଜଗବନ୍ଧୁ ଶ୍ରୀ ଜଗନ୍ନାଥ‘ ଓ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ମାସିକ ପତ୍ରିକା ‘ଅନନ୍ତା’ ଅତିଥିଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ପ୍ରାରମ୍ଭରେ ଭକ୍ତି ନୈବେଦ୍ୟ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାଣୀ ଶ୍ରୀ ସଂଗୀତ ଏକାଡ଼େମୀର କଳାକାରମାନଙ୍କ ଦ୍ୱାରା ଶ୍ରୀ ଜୟଦେବ କୃତ ଗୀତଗୋବିନ୍ଦ ଗାନ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ବାବା ବ୍ରଜବନ୍ଧୁ ଦାସ, ମହନ୍ତ ଲଳିତ ଚରଣ ଦାସ, ମହନ୍ତ ଗୌରଗୋପାଳ ଦାସ ଯୋଗଦାନ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ଉପଦେଷ୍ଟା ଯୋଗାଚାର୍ଯ୍ୟ ରମାବଲ୍ଲଭ ମହାପାତ୍ର । ଅନୁଷ୍ଠାନର ସଂପାଦକ ଡ଼. ଶଶୀକାନ୍ତ ରଥ ବାର୍ଷିକ ବିବରଣୀ ପାଠ କରିଥିଲେ । ଉସôବ ପରିଚାଳନା କରିଥିଲେ ଉପଦେଷ୍ଟା ଭରତ କୁମାର ନାୟକ ଓ ଉପସଭାପତି ଡ଼. ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ ।