ମଦ ଜବତ, ୨ ଗିରଫ
ସୋର : ସୋର ଅବକାରୀ ବିଭାଗ ପକ୍ଷରୁ ଜାତପଦା ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗୁଡପୋଚ ନଷ୍ଟ କରିବା ସହିତ ଦେଶୀମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୋର ଆଦର୍ଶ ଅବକାରୀ ଥାନାଧିକାରୀ ସନ୍ତୋଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍ ଜାତପଦା ଜଙ୍ଗଲ ଅଞ୍ଚଳରେ ବେଆଇନ ଭାବେ ଗଢି ଉଠିଥିବା ମଦ ରନ୍ଧା କାରଖାନା ଉପରେ ଚଢ଼ାଉ କରି ୨ ହଜାର ଲିଟର ଗୁଡପୋଚ ନଷ୍ଟ କରିବା ସହିତ ୧୧୦ ଲିଟର ଦେଶୀମଦ ଜବତ କରି ଅଭିଯୁକ୍ତ ଧନି ଟୁଡୁକୁ ଗିରଫ କରିଥିଲେ । ସେହିପରି ଏହି ଟିମ୍ କେଶରୀପୁର ଗ୍ରାମରେ ଚଢ଼ାଉ କରି ଜଗବନ୍ଧୁ ମଳିକ ନିକଟରୁ ୬. ୫ ଲିଟର ବିୟର ଜବତ କରିବା ସହିତ ଜଗବନ୍ଧୁକୁ ଗିରଫ କରିଥିଲେ । ଅପରାହ୍ନରେ ସୋର ମେଡିକାଲରେ ଉଭୟଙ୍କ ଡାକ୍ତରୀ ମାଇନା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଏଏସ୍ଆଇ ବସନ୍ତ ବାରିକ, କନେଷ୍ଟବଳ ଶଶୀକାନ୍ତ ସାହୁ, କାଜଲ ପ୍ରିୟଦର୍ଶିନୀ ପ୍ରମୁଖ ସାମିଲ ହୋଇଥିଲେ ।