ସାମଗ୍ରୀ ଜବତ ଚୋର ଗିରଫ 

 ରାଜକନିକା : ଓଳାଭର ମାର୍କେଟର ଏକ ଭେରାଇଟ ଷ୍ଟୋରରୁ ନଗଦ ୧୫ହଜାର ଟଙ୍କା ସହିତ ବିଭିନ୍ନ ପ୍ରକାର ସାମଗ୍ରୀ ଚୋରି ହୋଇଥିବା ନେଇ ଦୋକାନୀ ମାଲିକ ପ୍ରଦୀପ ସାହୁ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଏହାର ୪ ମାସ ପରେ ବିଶେଷ ସୂତ୍ରରୁ ଖବର ପାଇ ରାଜକନିକା ପୁଲିସ କଣ୍ଟପଡା ବଜାର ରୁ ନହୁଣୀ ପଞ୍ଚାୟତ ସପଲାଙ୍ଗ (ଅଦାସାହି)ଗାଁ ର ମାୟାଧର ନାଥଙ୍କ ପୁଅ ସ୍ୱରୂପ ନାଥ (କାଳିଆ) କୁ ଧରୀ ଆଣି ପଚାର ଉଚରା କରିବା ପରେ ତାଠାରୁ ସାମଗ୍ରୀ ଜବତ କରି ଆସାମୀକୁ କୋର୍ଟ ଫରୱାର୍ଡ କରିଥିବା ଥାନା ଏସ୍ଆଇ ଦେବାଶିଷ ପଣ୍ଡା ସୂଚନା ଦେଇଛନ୍ତି ।