ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କର୍ମଶାଳା
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଏକ ଦିନିକିଆ କର୍ମଶାଳା ଜିଲ୍ଲା ମସô୍ୟ ଅଧିକାରୀ ଶଶାଙ୍କ ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲିକ, ଏଡିଓ ହେମନ୍ତ କୁମାର ସାମଲ, ବରଦା ମଲିକ, ଏଏଚଓ ସୈାମ୍ୟ ରଂଜନ ସେଠୀ, ମୃତ୍ତିକା ସଂରକ୍ଷଣ ମୋନାଲିସା ପରିଡା, ଏଇଇ ସିପୁମୁଦ୍ରା ନାୟକ, ସୁପ୍ରିୟା ମଲିକ, ଜିଲ୍ଲା ସଂଯୋଜକ ପ୍ରତାପ କୁମାର ରାଉତ ପ୍ରମୁଖ ଦିନିକିଆ କର୍ମଶାଳାରେ ଉପସ୍ଥିତ ରହି କେନ୍ଦ୍ରାପଡା ଜିଲ୍ଲ ଏକ କୃଷି ପ୍ରାଧାନ୍ୟ ଜିଲ୍ଲା । କୃଷି ଓ ଆନୁସଙ୍ଗିକ କୃଷିକୁ ଅଧିକ ଲୋକପ୍ରିୟ ଓ ଆୟ ପ୍ରଦାନକାରୀ ତଥା ଆତ୍ମନିଯୁକ୍ତି ର ସ୍ରୋତ କରିବା ନିମନ୍ତେ ରାଜ୍ୟ ସରକାର ସର୍ବଦା ଚେଷ୍ଟାରତ । କୃଷି ଓ ଆନୁସଙ୍ଗିକ କୃଷି କ୍ଷେତ୍ରକୁ ଏକ ଉଦ୍ୟୋଗକୁ ରୂପା"ରିତ କରିବା ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କୃଷି ଉଦୋଗ୍ୟ ଯୋଜନା (ଏମ୍କେୟୁୱାଇ) ଏକ ରୂପାନ୍ତକାରୀ ପଦକ୍ଷେପ ଏହାର ଫଳ ସ୍ୱରୂପ ଉତ୍ପାଦନ ବୃଦ୍ଧି ସହ ରୋଜଗାର ସୃଷ୍ଟି ଓ ଚାଷୀଟିଏ ନିଜକୁ ଏକ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରି ପାରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ ।