ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉସବ 

ସୋନପୁର:  ବିନିକା ବ୍ଲକ ଅନ୍ତର୍ଗତ  ସେଲେଡି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର  ସେଲେଡି ଝାରପଡା ମାତୃବିହାରର ୧୫ ତମ ବାର୍ଷିକ ଉସôବ ଶ୍ରୀମାଙ୍କ ୧୪୭ ତମ ଜନ୍ମ ଦିନରେ ପାଳିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ  ଶ୍ରୀଯୁକ୍ତ ସୀତାରାମ ଭୋଇ  ତହସିଲଦାର ବିନିକା ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ସୁସ୍ଥ ପରିବେଶ ଓ ସୁସ୍ଥ ସମାଜ ଗଠନ ପାଇଁ ନୀତିବାନ ହେବାକୁ  ପରାମର୍ଶ ଦେଇଥିଲେ । ଏଥିରେ ଓଡିଶାର ଜଣାଶୁଣା କଣ୍ଠଶିଳ୍ପୀ ଡ଼ ଅର୍ଚ୍ଚନା ପାଢ଼ୀ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ  । ମହାଦେବ ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ନିମନ୍ତେ ବାର୍ଷିକ ଉସôବର ଆବଶ୍ୟକତା ଓ ଶ୍ରୀମା କିଏ ସେ ବିଷୟରେ ମତପୋଷଣ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟୀର ସମ୍ପାଦକ ତଥା ମ୍ୟାନେଜିଙ୍ଗ ଟ୍ରଷ୍ଟି ଶାଶ୍ୱତ କୁମାର ତ୍ରିପାଠୀଙ୍କ  ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ର ଅଧ୍ୟକ୍ଷ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ସଭାପତି ମଧୁମିତା ପରମଗୁରୁ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ  । ବିଦ୍ୟାଳୟର ଉପାଧକ୍ଷ୍ୟ ତରଙ୍ଗିନୀ ସଙ୍ଖୁଆ ଧନ୍ୟବାଦ ଜ୍ଞାପନ କରିଥିଲେ । ହିମାଂଶୁ ପଣ୍ଡା, କିଣୁ ଜଗଦଲା, ସିମାଞ୍ଜଳି ପ୍ରଧାନ କାର୍ଯ୍ୟକ୍ରମର ସଂଯୋଜନା  କରିଥିଲେ  । ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ  । ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କିଣୁ ଜଗଦଲାଙ୍କ ଦ୍ୱାରା ଲିଖିତ ତଥା ଅରୁଣା ଓ ଅଙ୍କିତା ଅପା ଙ୍କ ଦ୍ୱାରା ନିଦେ୍ର୍ଦଶିତ ନାଟକ କାହାକେ କହେମି ପହେଲା ଗୁରୁ ଅନୁଷ୍ଠିତ ହୋଇଥିଲା  । ପରେ ଲିଟିଲ ଝଙ୍କର ଙ୍କୁ ବେଷ୍ଟ ସ୍ଟଡେଣ୍ଟ ଅଫଦ ୟର ପ୍ରଦାନ କରାଗଲା । ଅର୍ଚ୍ଚନାଙ୍କ ଗୀତର ତାଳେ ତାଳେ ଝୁମି ଉଠିଥିଲେ ଛାତ୍ର ଛାତ୍ରୀ  ।  ଆଜିଷା,ଅରୁଣା, ସୃତି, ଇତି ଅପା ପୁରସ୍କାର ବିତରଣରେ ସାହାଯ୍ୟ କରିଥିବା ବେଳେ,ସ୍ୱପ୍ନା, ଗେଲ, ସରିତା, ମହଲା, ସନ୍ତୋଷିନୀ, ମମତା, ଅନିତା ଅପା, ଚିତ୍ତ, କମଳ ଓ ବିଶ୍ୱ ଭାଇଙ୍କ  ସହ ସେଲେଡି ଝାରପଡା ଗ୍ରାମର ଅନେକ ଗ୍ରାମବାସୀ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ  । ବିଦ୍ୟାଳୟ ପରିଚାଳନା କଳା ଶିକ୍ଷକ ବେଦବର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ  ।