ବରୁଣା ପାଟଣା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା
ରାଜକନିକା: ରାଜକନିକା ଶିକ୍ଷା ମଣ୍ଡଳ ଅନ୍ତର୍ଗତ ବରୁଣା ପାଟଣା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ୧୬ତମ ବାର୍ଷିକ କ୍ରୀଡା ଉସôବ ଅନୁଷ୍ଠିତ ହୋଇଯାଇଛି ।ଏହି ଉସôବରେ ଶିକ୍ଷକ ବିଚିତ୍ର କୁମାର ନାଥ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ବରୁଣା ଗ୍ରାମପଞ୍ଚାୟତର ସରପଞ୍ଚ ଯଶୋମତୀ ବେହେରା, ମୁଖ୍ୟବକ୍ତା ରୂପେ ବରୁଣା ପଞ୍ଚାୟତର ପୂର୍ବତନ ସରପଞ୍ଚ ଉତ୍ତମ ସେନାପତି, ସମ୍ମାନିତ ଅତିଥି ଭାବେ ରାଜକନିକା ଶିକ୍ଷମଣ୍ଡଳର ସହ ଶିକ୍ଷା ଅଧିକାରିଣୀ ସୁରୁଚି ପ୍ରଭା ଦାଶ, ସିଆରସିସି ଶଶିକାନ୍ତ ଖଟୁଆ, ବିଦ୍ୟାଳୟ କମିଟିର ସଭାପତି ଜିତେନ୍ଦ୍ର ବେହେରା, ଦୋମଣ୍ଡା ଉନ୍ନତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜା ନନ୍ଦ ମଲ୍ଲିକ, ଓଳାଭର ଉର୍ନ୍ନତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଗମା ନନ୍ଦ ଦାସ, ଗୋବିନ୍ଦପୁର ଉର୍ନ୍ନତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶଙ୍କର କୁମାର ପୁଷ୍ଟି ଯୋଗ ଦେଇ ବିଦ୍ୟାଳୟର ଛାତ୍ରଛାତ୍ରମାନଙ୍କୁ କ୍ରୀଡାର ଭୂମିକା ମଣିଷକୁ ନିରୋଗ ରଖିବାରେ ସାହାଯ୍ୟ କରିଥିବା କଥା କହିଥିଲେ ।ମଞ୍ଚ ପରିଚାଳନା କରିଥିଲେ ଦେଉଳସାହି ନୋଡାଲ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସଞ୍ଜୟ କୁମାର ବରଜ,ଏହି ଅବସରରେ ବିଭିନ୍ନ କ୍ରୀଡାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ଓ ସହକାରୀ ଶିକ୍ଷକ ନରେନ୍ଦ୍ର ଧଳ ଧନ୍ୟବାଦ ଅର୍ପଣ କରିଥିବା ବେଳେ କିଶୋର କୁମାର ବାରିକ, ଅମର କୁମାର ବେହେରା, ଅଜୟ ବେହୁରାଶିକ୍ଷକ ସୁରେଶ ଚନ୍ଦ୍ର ପରିଡାଙ୍କ ସମେତ ପରିଚାଳନା କମିଟିର ସଦସ୍ୟ, ସଦସ୍ୟା ଏଥିରେ ସହଯୋଗ କରିଥିଲେ ।