ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

ବେତନଟୀ:  ଭୁବନେଶ୍ୱର ନିକଟସ୍ଥ ଚନ୍ଦ୍ରଶେଖରପୁର ହାଉର୍ସିଂ ବୋର୍ଡ କଲୋନୀ ଫେଜ୍ ୧ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଚନ୍ଦ୍ରଶେଖରପୁର ହାଉର୍ସିଂ ବୋର୍ଡ କଲୋନୀର ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡ. ଗିରିଶ ଓ ତାଙ୍କର ସହକର୍ମୀମାନେ ଯୋଗ ଦେଇଥିଲେ । ଏଥିରେ ସଂଘର ସଭ୍ୟମାନେ ଭାଗ ନେଇ ସେମାନଙ୍କ ଓଜନ, ବ୍ଲଡ୍ ପ୍ରେସର, ହେମ ଗ୍ଲୋବିନ୍ ଓ ରକ୍ତ ସୁଗାର ଆଦି ପରୀକ୍ଷା କରିଥିଲେ । ଡାକ୍ତରଖାନା ପକ୍ଷରୁ ଲୋକଙ୍କୁ ମାଗଣା ଔଷଧ ବଣ୍ଟନ କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସଂଘର ସଭାପତି କୃଷ୍ଣଚନ୍ଦ୍ର  ସୁଆର, ଉପସଭାପତି ପବିତ୍ର ମୋହନ ପରିଛା, ସମ୍ପାଦକ ରବିନ୍ଦ୍ର ପଟ୍ଟନାୟକ, ସହ ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ମଲ୍ଲିକ, କୋଷାଧ୍ୟକ୍ଷ ବଂଶୀଧର ନାୟକ, ସହ କୋଷାଧ୍ୟକ୍ଷ ପ୍ରଫୁଲ ଦାସ ପ୍ରମୁଖ ପରିଚାଳନା କରିଥିଲେ ।