ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ
ସୁଜନପୁର ଆଞ୍ଚଳିକ ପଞ୍ଚାୟତ କଲଜେରେ ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ସୀମନ୍ତଭାନୁ ଦାସ ଏହାକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ସାମ୍ପ୍ରତିକ ସମାଜରେ ମହିଳାମାନେ ନିଜର ସୁରକ୍ଷା ଓ ଆତ୍ମରକ୍ଷା ପାଇଁ ପ୍ରଶିକ୍ଷଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ଡ. ଆରତୀ ଠାକୁର ପ୍ରଶିକ୍ଷଣ ନେଉଥିବା ଛାତ୍ରୀଙ୍କୁ ଏହାର ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇବା ସହ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦେଇଥିଲେ । ଅଧ୍ୟାପକ ବିଜୟ ଦାଶ, ଡ. ପ୍ରଭାତ ତ୍ରିପାଠୀ ଓ ତ୍ରିଲୋଚନ ପତିଙ୍କ ସହଯୋଗରେ ପରିଚାଳିତ ଏହି କାର୍ଯକ୍ରମରେ ପ୍ରଶିକ୍ଷିକା ଅର୍ଚ୍ଚନା ନାୟକଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।