ତାତିରୁ ମିଳିଲା ତ୍ରାହି  ବର୍ଷା ଆଣିଲା ଆଶ୍ୱସ୍ତି

ବୁଗୁଡା : ଚଳିତ ମାର୍ଚ୍ଚ ମାସ ଆରମ୍ଭରୁ ହିଁ ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମର ପ୍ରଭାବ ଦେଖିବାକୁ ମିଳିଥିଲା । ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିଲା । ଟାଣ ଖରାର ପ୍ରକୋପ ଯୋଗୁଁ ମଧ୍ୟାହ୍ନରେ ଘରୁ ବାହାରିବା ଏକ ପ୍ରକାର କଷ୍ଟକର ହୋଇପଡ଼ିଥିଲା । ସେମିତି ଜରୁରୀ କାମ ନଥିଲେ ଲୋକେ ପଦାକୁ ବାହାରିବାକୁ ଅମଙ୍ଗ ହେଉଥିଲା ବେଳେ ରାସ୍ତାଘାଟ ସାମାନ୍ୟ ଫାଙ୍କା ଫାଙ୍କା ଲାଗୁଥିଲା । ଗତ ଦୁଇ ଦିନ ହେଲା ସକାଳେ ଏବଂ ରାତିରେ ଟିକେ ଥଣ୍ଡା ଲାଗୁଥିଲେ ହେଁ ମଧ୍ୟାହ୍ନରେ ଅସହ୍ୟ ଗରମ ହେଉଥିଲା । ତେବେ ଲୋକେ ତାତିରୁ ତ୍ରାହି ପାଇବା ପାଇଁ ବିକଳ ହେଉଥିବା ବେଳେ ଆଜି ଅପରାହ୍ନରେ ବିଜୁଳି ଓ ଘଡଘଡି ସହ ଅସରାଏ ବର୍ଷା ଯୋଗୁଁ ଲୋକଙ୍କୁ ସେଥିରୁ  ଆଶ୍ୱସ୍ତି  ମିଳିଛି । ତେବେ ଲୋକମାନଙ୍କ ପାଇଁ ଏହି ଅଦିନିଆ ବର୍ଷା ଆଣିଛି ଆଶ୍ୱସ୍ତି । ତାତିରୁ ମିଳିଛି ତ୍ରାହି ।