ସଡକ ସୁରକ୍ଷା ମାସ ଉଦ୍ୟାପିତ 

 ଛତ୍ରପୁର: ଗଂଜାମ ଜିଲ୍ଲା ଆଂଚଳିକ ପରିବହନ ପ୍ରାଧିକରଣ ସଂସ୍ଥା ପକ୍ଷରୁ ଏକମାସ ଧରି ଚାଲିଥିବା ସଡକ ସୁରକ୍ଷା ମାସ ଆଜି ଉଦଯାପିତ ହୋଇଯାଇଛି । ଦୁର୍ଘଟଣା ହାର କମାଇବା ନିମନ୍ତେ ଏକ ମାସ ଧରି ସ୍କୁଲ, କଲେଜ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ସଡକ ସୁରକ୍ଷା ଜୀବନ ରକ୍ଷା ନିମନ୍ତେ ସଚେତନ କରାଯାଇଥିଲା  । ଏନେଇ ଶୁକ୍ରବାର ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଉଦଯାପନୀ ସମାରୋହ ଆୟୋଜନ ହୋଇଥିଲା । ଏଥିରେ ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଗଂଜାମ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା, ବ୍ରହ୍ମପୁର ଏସପି ଡଃ ଶ୍ରବଣ ବିବେକ ଏମ୍, ଗଞ୍ଜାମ ଆଂଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ଏମଭିଆଇ ରବୀନ୍ଦ୍ର ନାଥ ଜେନା, ଭଞ୍ଜନଗର ଆଂଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ କୁମାର ରାୟ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଗାଡି ଚଳାଇବା ବେଳେ ହେଲମେଟର ବ୍ୟବହାର କରିବା, ଚାରି ଚକିଆ ଯାନ ଚଳାଇବା ବେଳେ ସିଟ ବ୍ୟାଲ୍ଟର ବ୍ୟବହାର କରିବା, ସମସ୍ତ ଟ୍ରାଫିକ ନିୟମ ମାନି ଗାଡି ଚଳାଇବା, ଦୃତ ଗତିରେ ଗାଡି ନ ଚଲାଇବା ଓ ମଦ୍ୟପାନ କରି ଗାଡି ନ ଚଲାଇବା, ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନ କରିବା ଆଦି ଉପରେ ସମସ୍ତେ ସଚେତନ ହେଲେ ହିଁ ଦୁର୍ଘଟଣା ରୋକାଯାଇପାରିବ ବୋଲି ଉପସ୍ଥିତ ଅତିଥିଗଣ ବକ୍ତବ୍ୟରେ କହିଥିଲେ । ଏହା ସହ ଦୁର୍ଘଟଣାଗସ୍ତ ଲୋକଙ୍କ ସହାୟତା ପାଇଁ ପଛଘୁଞ୍ଚା ଦିଅନ୍ତୁ ନାହିଁ ଗୁଡ ସମରିଟାନ ଆଇନ ଆପଣଙ୍କୁ ସୁରକ୍ଷା ଦିଏ ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ସୋଲାରସିଅମ ଫଣ୍ଡ ଯୋଜନା ସମ୍ପର୍କରେ ଆଲୋକପାତ କରାଯାଇଥିଲା  । ସଡକ ସୁରକ୍ଷା ଜୀବନ ରକ୍ଷାକୁ ଆଧାର କରି ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ଚିତ୍ରାଙ୍କନ, ସ୍ଲୋଗାନ ଓ ପ୍ରଦର୍ଶନୀ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଆତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା  । ଏହା ସହ ମଦ୍ୟପାନ କରି ଗାଡି ଚାଳନାକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ରହ୍ମପୁର ଓ ଗଞ୍ଜାମ  ଜିଲ୍ଲାର ବିଭିନ୍ନ ଥାନାଧିକାରୀ ଓ କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା  । ଏହି ଶୋଭାଯାତ୍ରାକୁ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅଜୟ କୁମାର ତ୍ରିପାଠୀ ଓ ଏମଭିଆଇ ରବୀନ୍ଦ୍ର ନାଥ ଜେନା ଶୁଭାରମ୍ଭ କରିଥିଲେ  । ସମସ୍ତ କାର୍ଯ୍ୟକ୍ରମକୁ ଗଞ୍ଜାମ ଆଂଚଳିକ ପରିବହନ କାର୍ଯ୍ୟାଳୟର ଅଜୟ କୁମାର ବାରିକ, ପ୍ରିୟଦର୍ଶିନୀ ପାଇକ, ବସନ୍ତ ତରାଇ, ଅଶ୍ୱିନୀ ମହାରଣା ଓ କମଲେଶ ଦାସଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ  ।