ସନ୍ତ୍ରାସବାଦ ବିରୋଧୀ ଦିବସ ପାଳିତ
ପାରାଦୀପ : ପାରାଦୀପ ବନ୍ଦରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପାରାଦୀପ ସାକ୍ଷରତା ସମିତି ପକ୍ଷରୁ ଜାତୀୟ ସନ୍ତ୍ରାସବାଦ ବିରୋଧୀ ଦିବସ ସ୍ଥାନୀୟ ସାକ୍ଷରତା ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ବିଚାରପତି ତଥା ପାରାଦୀପ ବନ୍ଦରର ଆଇନ ପରାମର୍ଶଦାତା ମୁରଲୀଧର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାକ୍ଷରତା ସମିତିର ସଭ୍ୟା ପ୍ରୀତି ଆରତୀ ପରିଜା, ରଶ୍ମି ଆଚାର୍ଯ୍ୟ, ନିହାରିକା ନାୟକ, ମଧୁମିତା ସାହୁ ଓ ମମତା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସମିତିର ସମ୍ପାଦକ ରାମଚନ୍ଦ୍ର ପ୍ରଧାନ ସଭାପତିତ୍ୱ କରିଥିଲେ । ଏହି ସଭାରେ ସମସ୍ତ ଅତିଥିମାନେ ସନ୍ତ୍ରାସବାଦ ଓ ଏହାର ନିରାକରଣ ଏବଂ ଦେଶର ସାମଗ୍ରିକ ବିକାଶ ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହିଳା ସଂଗଠନ, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଶେଷରେ ସମିତିର ପ୍ରକଳ୍ପ ସଂଯୋଜକ ଅଶୋକ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।