ଗୋଟିଏ ଦିନରେ ସ୍କୁଟି ଓ ପିକ-ଅପ ଭ୍ୟାନ ଲୁଟ

 କାକଟପୁର : କାକଟପୁରରେ ଆଇନ ଶୃଙ୍ଖଳା ପୁରାପୁରି ବିପର୍ଯ୍ୟସ୍ତ ହୋଇପଡିଛି  । କେଉଁଠି ଲୁଟେରା ମାନେ ଛିନତାଇ କରି ଖସି ପଳାଇବାରେ ସକ୍ଷମ ହେଉଛନ୍ତି ତ କେଉଁଠି ବାଇକ ଓ ଚାରି ଚକିଆ ଯାନ ଚୋରୀ କରି ଅନ୍ୟାୟସରେ ଖସି ଯାଉଛନ୍ତି  । କିନ୍ତୁ କାକଟପୁର ପୁଲିସର ନିଷ୍କ୍ରିୟତା ଓ ଦାୟିତ୍ୱହୀନତା ପାଇଁ ସାଧାରଣ ଲୋକଙ୍କ ପୁଲିସ ଉପରୁ ଭରସା ତୁଟିବାରେ ଲାଗିଛି  । ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ କରାଯାଇଥିଲେ ମଧ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଘଟଣାକୁ ଦୃଷ୍ଟି ଦେଉନଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି  । ଶୁକ୍ରବାର ରାତିରେ ମଙ୍ଗଳା ମନ୍ଦିର ନିକଟରେ ଥିବା ଅକ୍ଷୟ କୁମାର ଦୀକ୍ଷିତଙ୍କ ଏକ ଧଳା ରଙ୍ଗ ର ସ୍କୁଟି (ଓଡି୩୩ଏ ୨୩୨୪)ଟିକୁ ସେ ନିଜ ଘର ସାମ୍ନାରେ ରଖି ଶୋଇବାକୁ ଯାଇଥିଲେ  । ସକାଳୁ ଉଠି ଦେଖିବା ବେଳକୁ ସ୍କୁଟିି ନାହିଁ, ଏନେଇ ସେ ବୁଝାବୁଝି ପରେ ରାତିରେ ୨ ଜଣ ଦୁର୍ବୁତ୍ତ ଗାଡି ଟିକୁ ନେଇ ଯାଉଥିବା ପ୍ରତ୍ୟେକ୍ଷଦର୍ଶୀ ମାନେ ପ୍ରକାଶ କରିଥିଲେ  । ଏନେଇ ସ୍କୁଟି ମାଲିକ ଅକ୍ଷୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  । ସେହିପରି ଉକ୍ତ ରାତିରେ କାକଟପୁର ବ୍ଲକ ଛକ ନିକଟରୁ ଏକ ପିକ -ଅପ ଭ୍ୟାନ ଚୋରି ହୋଇଥିବା ଷ୍ଟୋରର ମାଲିକ ବିଜୟ କୁମାର ତ୍ରିପାଠୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  । ଏହା ପଛରେ ଏକ ସ୍ୱତନ୍ତ୍ର ଗ୍ୟାଙ୍ଗ କାମକରୁଥିବା ସାଧାରଣ ଲୋକମାନେ ଅନୁମାନ କରୁଥିବାବେଳେ ଲୁଟେରା ମାନେ ବାରମ୍ବାର ଲୁଟ କରି ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି  । ଥାନା ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ କୌଣସି ଘଟଣାର ତାଳମେଳ ରହୁନଥିବା ଯୋଗୁଁ ଲୁଟେରାମାନେ ସକ୍ରିୟ ହୋଇପଡିଛନ୍ତି  । ତୁରନ୍ତ ପୁରୀଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏ ଦିଗରେ ଦୃଷ୍ଟି ଦେଇ ଚୋରୀ ଗ୍ୟାଙ୍ଗକୁ ଧରି ଉପଯୁକ୍ତ ଦଣ୍ଡ ବିଧାନ କରିବାକୁ ସାଧାରଣରେ ଦାବୀ ହୋଇଛି  ।