ସନ୍ଥ ଅରକ୍ଷିତ ଦାସ ଗବେଷଣା ପରିଷଦ ପକ୍ଷରୁ ଆଲୋଚନାଚକ୍ର
କଟକ: ସନ୍ଥ ଅରକ୍ଷିତ ଦାସ ଗବେଷଣା ପକ୍ଷରୁ ସ୍ଥାନୀୟ ଶ୍ରୀରାମ ଚନ୍ଦ୍ର ଭବନ ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବାବାଜୀ ଭକ୍ତି ଚୈତନ୍ୟ ଦାସ ଆଲୋଚନା ଚକ୍ରକୁ ଉଦ୍ଘାଟନ କରିଥିଲେ । ଡ ସୌମ୍ୟ ରଂଜନ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ମୁଖ୍ୟ ବକ୍ତା ଭାବେ ଗୁରୁପାଦ ବ୍ରହ୍ମ ଅବଦୂତ, ସୁକାନ୍ତ ଦାସ ମହାରାଜ ଓ ବରେଣ୍ୟ ଅତିଥି ଭାବେ ବିଧାୟିକା ସୋଫିଆ ଫିଦେ୍ର୍ଦାଷ, ସମ୍ମାନିତ ଅତିଥି ଭାବେ ପ୍ରଗତିବାଦୀ ଖବର କାଗଜର ସଂପାଦକ ବିରୁପାକ୍ଷ ତି୍ରପାଠୀ, ଡ ବାମଦେବ ବରାଳ, ଡ ରବିନ୍ଦ୍ର ବିହାରୀ ଓ ଅଧ୍ୟାପକ କିଶୋର ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସନ୍ଥ ଅରକ୍ଷିତ ଦାସ ଗ୍ରନ୍ଥ ସଂକଳନ ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବାବାଜୀ ଭକ୍ତି ଚୈତନ୍ୟ ଦାସ ମହାରାଜାଙ୍କୁ ସନ୍ଥ ଅରକ୍ଷିତ ଦାସ ସମ୍ମାନ, ବାବାଜୀ ଅମୃତା ନନ୍ଦ ଦାସ ମହାରାଜାଙ୍କୁ ମା ଓଳାଶୁଣୀ ସମ୍ମାନ, ଡାକ୍ତର ଅଭୟ ପାତ୍ର ସେବା ଗୌରମ ସମ୍ମାନ, ଅମ୍ଳାଦ ବଦନ ପଟ୍ଟନାୟକ, ସାମ୍ବାଦିକ ଗୌରବ ସମ୍ମାନ, ପ୍ରଫୁଲ ଛାଟୋଇ ସେବା ଗୌରବ ସମ୍ମାନ, ଇଂ ରଶ୍ମିରଂଜନ ରାୟ ସାହିତି୍ୟକ ସମ୍ମାନ, ଡ ଅର୍ଜୁନ ଚରଣ ମଲ୍ଲିକ ଶିକ୍ଷାଗତ ସମ୍ମାନ, ଡ ସ୍ୱର୍ଣ୍ଣଲତା ଲେଙ୍କା ସାହିତି୍ୟକ ସମ୍ମାନ, ଡାକ୍ତର ଭାଗ୍ୟଶ୍ରୀ ସାହୁ ସେବା ଗୌରବ ସମ୍ମାନ, ଡାକ୍ତର ପ୍ରିୟଙ୍କା ବର୍ମା ସେବା ଗୌରବ ସମ୍ମାନ, ସୁଜାତା ପଣ୍ଡା ଶିକ୍ଷା ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ରାଜୀବ ଷଢ଼ଙ୍ଗୀ କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁଧାଂଶୁ ଶେଖର ସାମଲ ସ୍ୱାଗତ ଭାଷଣ ଦେଇଥିଲେ । ବିଭୂତି ଭୂଷଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ପରିଷଦର ସଭାପତି ଚିତ୍ତରଂଜନ ଦାଶ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।