ସଫେଇ କର୍ମଚାରୀଙ୍କ ଆନେ୍ଦାଳନ
ସୁକିନ୍ଦା: ସୁକିନ୍ଦାମେଡିକାଲରେ କାର୍ଯ୍ୟରତ ସଫେଇ କର୍ମଚାରୀ କଳା ବ୍ୟାଚ ପିନ୍ଧି ସୁକିନ୍ଦା ମେଡ଼ିକାଲ ପରିସରରେ ଆନେ୍ଦାଳନ କରିଥିଲେ । ସୂଚନା ମୁତାବକ ସୁକିନ୍ଦା ମେଡିକାଲରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ମାନେ ଠିକ ସମୟରେ ଦରମା ପାଉନଥିବା ଅଭିଯୋଗ ଆଣି ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ସଫେଇ କର୍ମଚାରୀ ମାନେ ଗୁରୁବାର ଦିବା ୧୦ ଘଟିକା ସମୟରେ ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କଳା ବ୍ୟାଚ ପିନ୍ଧି ଆନେ୍ଦାଳନ କରିଥିଲେ । ଏନେଇ ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସଫେଇ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।