ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ଶବଉଦ୍ଧାର

 ବ୍ରହ୍ମବରଦା : ଧର୍ମଶାଳା ଥାନା  ଆରାବଳ ପଞ୍ଚାୟତ ମୋହନପୁର ଗ୍ରାମ ନିକଟ କେଲୁଅ ନଦୀ ପଠାରୁ କୋତପୁର ଫାଣ୍ଡି ପୁଲିସ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି । ମୃତ ଦେହଟିରେ ଏକ ଧଳା ରଙ୍ଗର କପଡା ଗୁଡା ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଦୁଇ ଖଣ୍ଡ ହୋଇଯାଇଛି । ଖବର ମତେ ଗୁରୁବାର ସକାଳୁ ମୋହନପୁର ଗ୍ରାମର କିଛି ଲୋକ କେଲୁଅ ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ନଦୀରେ ଏକ ଗଳିତ ମୃତ ଦେହ ଭାସୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ କୋତପୁର ଫାଣ୍ଡି ସମେତ ଧର୍ମଶାଳା ପୁଲିସ ଓ ସାଇଂଟିଫିକ୍ ଟିମ୍ ପହଁଚି ମୃତ ଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମେଡିକାଲକୁ ପଠାଇଥିଲା । ଏନେଇ ଧର୍ମଶାଳା ଥାନା ପୁଲିସ କେସ୍ ନଂ ୨୫/୨୦୨୫ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିବା କୋତପୁର ଫାଣ୍ଡି ଅଧିକାରୀ ପ୍ରେମାନନ୍ଦ ପୃଷ୍ଟି ସୂଚନା ଦେଇଛନ୍ତି ।