ଏନ୍ସିଏସ୍ଟିର ଦ୍ୱାରସ୍ଥ ହେଲେ ବିସ୍ଥାପିତ ପରିବାର 


ଯାଜପୁର: ବିସ୍ଥାପିତଙ୍କ ଧାରଣା ନୀଳାଚଳ କାରଖାନା ସମ୍ମୁଖରେ ପ୍ରାୟଦୁଇ ମାସ ଏବଂ ଟାଟାଷ୍ଟିଲ ମୁଖ୍ୟ ଫାଟକ ସମ୍ମୁଖରେ ୨୪ ଦିନରେ ପହଞ୍ଚିଛି । ବିସ୍ଥାପନ ବିରୋଧୀ ଜନମଞ୍ଚ, ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ, କଳିଙ୍ଗନଗର ଶ୍ରମିକ ସଂଗଠନ, କୃଷକ ସଂଗଠନ ଓ ଅନ୍ୟାନ୍ୟ ସଂଗଠନ ଧାରଣାରତ ବିସ୍ଥାପିତ ପରିବାରକୁ ସହଯୋଗର ହାତ ବଢେଇଛନ୍ତି । ଗାଁ ଗାଁରେ ବୈଠକ କରାଯାଇ ଏକ ବଡ ଆନେ୍ଦାଳନ କରିବା ପାଇଁ ପ୍ରୟାସ ଜାରିରହିଛି । ଆଗାମୀ ୧୦ତାରିଖରେ ବୀରଭୂମିରେ ବିଭିନ୍ନ ସଂଗଠନ ପକ୍ଷରୁ ମେଳି କରାଯାଇ ଟାଟା ଓ ଜିଲା ପ୍ରଶାସନକୁ ଦାବିପତ୍ର ଦିଆଯିବ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଭୀମ ଆର୍ମିର ଏକ ଟିମ୍ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ଭୁବନେଶ୍ୱର ସ୍ଥିତ ଷ୍ଟେଟ୍ କାର୍ଯାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି । ନୀଳାଚଳ ଓ ଟାଟା ପାଇଁ ପୃଥକ ପୃଥକ ଦୁଇଟି ମାମଲା ପଞ୍ଜୀକୃତ ହୋଇଛି । ସେହିପରି ମହାମହିମ ରାଜ୍ୟପାଳଙ୍କୁ ମଧ୍ୟ ସାକ୍ଷାତ କରିବା ପାଇଁ ଅନୁମତି ମଗାଯାଇଛି । ବିସ୍ଥାପିତଙ୍କ ସମସ୍ୟା ଦୂରକରିବା ପାଇଁ ପ୍ରତି ତିନିମାସରେ ଥରେ ଆର୍ପିଡିଏସି ବୈଠକ ଆୟୋଜନ କରିବା କଥା । ଏହା ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ଆଦେଶ ନଂ ୨୫୦୯୨ ତା ୬ ଜୁଲାଇ ୨୦୦୬ର ଧାରା ସି-୧ରେ ଉଲ୍ଲେଖ ଅଛି । କିନ୍ତୁ ଦୀର୍ଘ ୮ ବର୍ଷ ପରେ ମଧ୍ୟ ଏହି ବୈଠକ ବସୁନଥିବାଭାରି ଯନ୍ତ୍ରଣା ଦାୟକ ବୋଲି କାରୁମାଝି, ତୁରାମ ପୂର୍ତ୍ତୀ, ମାଣିକ ଆଙ୍ଗରାଇ, ରଞ୍ଜିତ ଜାମୁଦା ପ୍ରମୁଖ କହିଛନ୍ତି ।