ପାଇକ ବିଦ୍ରୋହ ସ୍ମୃତିଚାରଣ ସମାରୋହ
ବାଣପୁର : ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ବାଣପୁରର ଦୀନବନ୍ଧୁ ସାମନ୍ତରା ଶ୍ୟାମ ସୁନ୍ଦର ପାଟଶାଣୀ ଛତ୍ର ଗଡ଼ ଗ୍ରାମର ରଥୀ ଦଳବେହେରା ଆଦିବାସୀ ନେତା ଦୀନା ଜାନି ପ୍ରମୁଖ ଇଂରେଜ ସରକାର ବିରୁଦ୍ଧରେ ବିଦ୍ରୋହ କରି ବାଣପୁର ଥାନା ପୋଡିବା ସହ ଖଜଣା ଖାନା ଲୁଟ୍ କରିବା ଓ ଲୁଣ ଗୋଦାମ ଲୁଟ୍ କରି କେତକ ସିପାହୀଙ୍କୁ ହତ୍ୟା କରିଥିଲେ । ଏହି ଅପରାଧରେ ବକ୍ସି ଜଗବନ୍ଧୁଙ୍କ ସହ ବହୁ ବିପ୍ଳବୀଙ୍କୁ ଫାଶୀ ଦିଆଯାଇଥିବା ବେଳେ, ଅନ୍ୟମାନଙ୍କୁ ଆଣ୍ଡମାନ ଜେଲରେ ବନ୍ଦୀ ଭାବରେ ରଖା ଯାଇ ଅକଥନୀୟ ଯନ୍ତ୍ରଣା ଦିଆ ଯାଉଥିଲା । ତେଣୁ ସେହି ସଂଗ୍ରାମୀଙ୍କୁ ସମ୍ମାନ ଦେବା ସହ ସେମାନଙ୍କ ସ୍ମୃତିକୁ ମନେ ରଖିବା ପାଇଁ ସହୀଦ କୃତିବାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସଂଗ୍ରାମ ପରିଷଦର ସଦସ୍ୟ ପଦ ଯାତ୍ରା କରି ତହସିଲ ଅଫିସ ନିକଟରେ ଏକ ସାଧାରଣ ସଭା କରିଥିଲେ । ଇଂ. ଶେଷ ଦେବ ବରାଳ ଇତିହାସ ଗବେଷକ ମଦନ ମୋହନ ମହାପାତ୍ର ପ୍ରଫେସର ନଳିନୀକାନ୍ତ ପଟନାୟକ କବି ବାଳ ମୁକୁନ୍ଦ ଦାସ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ ପ୍ରମୁଖ ସହୀଦ ମାନଙ୍କ ସୃତି ଚାରଣ କରିବା ସହ ପଲଟନ ପଡିଆରେ ଏକ ସହୀଦ ସୃତି ସ୍ତମ୍ଭ କରିବା ପାଇଁ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼ଃ ଚିନ୍ତମଣୀ ମିଶ୍ର ଗୋଲକ ବିହାରୀ ପରିଡା ଆଡ଼ଭୋକେଟ ଶେଷଦେବ ମହାରଣା ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ର କବି ଦିଗମ୍ବର ବିଶ୍ୱାଳ ପ୍ରମୁଖ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇ ସହୀଦ ସୃତି ସ୍ତମ୍ବ ନିର୍ମାଣ ପାଇଁ ସରକାରଙ୍କ ନିକଟରେ ଦାବୀ କରି ଜିଲ୍ଲା ପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବାଣପୁର ତହସିଲଦାରଙ୍କୁ ଦେବା ସହ ବିଧାୟକ ତଥା ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସଂସ୍କୃତି ମନ୍ତଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।