ଶିକ୍ଷୟିତ୍ରୀଙ୍କ ବଦଳି ବାତିଲ ଦାବିରେ ଧାରଣା

 ହିଞ୍ଜିଳିକାଟୁ: ବିଦ୍ୟାଳୟର ୩ ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଏକକାଳୀନ ବଦଳି କରିବା ପରେ ଅସନ୍ତୋଷ ବୃଦ୍ଧି ପାଇଛି । ଜୈନିକା ଶିକ୍ଷୟିତ୍ରୀଙ୍କ ବଦଳି ବାତିଲ କରିବା ନେଇ ଶିକ୍ଷାର୍ଥୀମାନେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି । ଏଭଳି ଏକ ଘଟଣା ହିଞ୍ଜିଳିକାଟୁ ବ୍ଲକ୍  ଆଲପୁର ଗ୍ରାମରେ ଦେଖିବାକୁ ମିଳିଛି । 
ପ୍ରକାଶ ଯେ, ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନ ଆଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବିନାୟକ ସେଠୀଙ୍କ ସମେତ ୨ ଶିକ୍ଷୟିତ୍ରୀ ପ୍ରଜ୍ଞା ପରିମିତା ଦାଶ ଓ ସୁନିତା ବେହେରାଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ ବଦଳି କରାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଶିକ୍ଷାର୍ଥୀମାନେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି । ବିଦ୍ୟାଳୟ ଫାଟକରେ ତାଲା ପକାଇ ଶିକ୍ଷୟିତ୍ରୀ ଶ୍ରୀମତୀ ଦାଶଙ୍କ ବଦଳି ବାତିଲ ଦାବି କରି ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସି ବିକ୍ଷୋଭ କରିଥିଲେ । ଖବର ପାଇ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧର,  ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୂର୍ଯ୍ୟକାନ୍ତି ବେହେରା ଓ ୨ ମହିଳା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚô ଧାରଣାରତ ଶିକ୍ଷାର୍ଥୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଶିକ୍ଷୟିତ୍ରୀ ଶ୍ରୀମତୀ ଦାଶଙ୍କ ବଦଳି ବାତିଲ ଦାବି କରି ନିଜ ଜିଦରେ ଅଟଳ ରହି ଧାରଣାରେ ବସିଥିଲେ । ଏବଂ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବଦଳି ବାତିଲ କରାନଗଲେ ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ଏ ନେଇ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧରଙ୍କୁ ପଚାରିବାରୁ ସେ କୁହନ୍ତି ଗତ ୩ ମାସ ପୂର୍ବେ ଜୈନିକା ଶିକ୍ଷୟିତ୍ରୀ, ଅନ୍ୟ ଜଣେ ଶିକ୍ଷକଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ସଂପୃକ୍ତ ଶିକ୍ଷୟିତ୍ରୀ ଜଣଙ୍କ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଅଭିଯୋଗ କରିଥିଲେ । ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ନେଇ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଉଚ୍ଚ କର୍ତ୍ତୃପକ୍ଷଙ୍କ ନିଦେ୍ର୍ଦଶକ୍ରମେ ସଂପୃକ୍ତ ବିଦ୍ୟାଳୟର ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇ ଥିବାବେଳେ ଅନ୍ୟ ଜଣେ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ଏବଂ ଆଗାମୀ ଦିନରେ ଆଉ ୨ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରାଯିବ ବୋଲି କହିଛନ୍ତି ।