ସୁରାଣା ଜୁଏଲର୍ସ ଉପରେ ଚଢ଼ାଉ, ବାହାରିଲା ନଗଦ ୨୬ କୋଟି ଟଙ୍କା ଓ ୯୦ କୋଟି
ସୁନା ଦୋକାନ ମାଲିକଙ୍କ ଘରେ ପଶିଲା ଆୟକର ବିଭାଗ। ବାହାରିଲା ପୁଳା ପୁଳା ଟଙ୍କା। ମହାରାଷ୍ଟ୍ରର ନାସିକରେ ଥିବା ସୁରାଣା ଜୁଏଲର୍ସରେ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ରେଡ୍ କରିଛି। ଚଢ଼ାଉ ବେଳେ ନଗଦ ୨୬ କୋଟି ଟଙ୍କା ଜବତ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ, ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ସୂଚନା ମୁତାବକ, ଆୟକର ବିଭାଗ ନାସିକର କାନାଡା କର୍ଣ୍ଣର ସ୍ଥିତ ସୁରାଣା ଜୁଏଲର୍ସ ଉପରେ ଆଜି ସକାଳୁ ଚଢ଼ାଉ କରିଛି। ମାଲିକଙ୍କ ଦ୍ୱାରା ଅଘୋଷିତ ଲେଣଦେଣ ଓ ବେନାମି ସମ୍ପତ୍ତିକୁ ନେଇ ସୂଚନା ମିଳିବା ପରେ ଆଇଟି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁରାଣା ଜୁଏଲର୍ସ ମାଲିକଙ୍କ ଘର, ବିଭିନ୍ନ ଷ୍ଟୋର୍ ଓ ତାଙ୍କର ନିର୍ମାଣ କମ୍ପାନୀ ମହାଲକ୍ଷ୍ମୀ ବିଲ୍ଡର୍ସ ଉପରେ ଏକକାଳୀନ ଚଢ଼ାଉ ହୋଇଛି।