ଅଧରାତିରେ ଷଣ୍ଢ ଚୋରି, ସିସିଟିଭିରେ କଏଦ
ବ୍ୟାସନଗର: ବୁଧବାର ବିଳମ୍ବିତ ରାତିରେ ପୈାରାଂଚଳ ଗୋପବନ୍ଧୁ ଛକରୁ ଦୁର୍ବୃତ ଗୋଟିଏ ଛୁଆ ଷଣ୍ଢକୁ ଚୋରି କରି ନେଇଯାଇଥିବା ବେଳେ ଏହାର ଫୁଟେଜ ସିସିଟିଭିରେ କଏଦ ହୋଇଛି । ଘଟଣାଟି ଆଜି ଜଣାପଡ଼ିବା ପରେ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖବର ମତେ ଗୋପବନ୍ଧୁ ଛକରୁ ଗୋପବନ୍ଧୁ ନଗର ରାସ୍ତା ଛକ ବା ଓମ ପ୍ରକାଶ ପେଟ୍ରୋଲ ପମ୍ପ ପାଚେରି କଡ଼ରେ ଶୋଇଥିବା ଦୁଇଟି ଛୁଆ ଷଣ୍ଢକୁ ଗୋଟିଏ ବୋଲେରୋରେ ନେଇଯିବାକୁ କେତେକ ଦୁର୍ବୃତ ଉଦ୍ୟମ କରିଥିଲେ । ଦୁର୍ବୃତ ଗୋଟିଏ ଷଣ୍ଢକୁ ବାନ୍ଧି ବୋଲେରୋରେ ପୁରାଇବା ପରେ ଦ୍ୱିତୀୟ ଷଣ୍ଢକୁ ବାନ୍ଧି ଚୋରି କରିବାକୁ ଚେଷ୍ଠା କରିଥିଲେ । ହେଲେ କୈାଣସି କାରଣରୁ ସଫଳ ନହେବାରୁ ଦୁର୍ବୃତ ଗୋଟିଏ ଷଣ୍ଢକୁ ଧରି ଚମ୍ପଟ ମାରିଥିଲେ । ସଂପୃକ୍ତ ସ୍ଥାନଟି ଅନ୍ଧାରୁଆ ହୋଇଥିଲେ ହେଁ ନିକଟରେ ଥିବା ଏକ ଉଠା ଦୋକାନୀର ସିସିଟିଭିରେ ଷଣ୍ଢ ଚୋରିର ଚିତ୍ର କଏଦ ହୋଇଥିଲା । ଆଜି ସ୍ଥାନୀୟ ବ୍ୟବସାୟୀ ଷଣ୍ଢ କେବଳରେ ଦଉଡ଼ି ବନ୍ଧା ହୋଇଥିବାର ଦେଖିବା ପରେ ସିସିଟିଭି ଦେଖିଥିଲେ । ଯେଉଁଥିରେ ଗୋଟିଏ ଷଣ୍ଢକୁ ଦୁର୍ବୃତ ଚୋରି କରି ନେଇଥିବା ଦେଖିବାକୁ ମିଳିଥିଲା । ବୋଲେରୋ ନଂ ଅସ୍ପଷ୍ଟ ରହିଥିଲେ ହେଁ କେବଳ ୩୩୧୧ ନଂ ଦେଖାଯାଉଛି ।