ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ବଣ୍ଟନ 

 ଚମ୍ପୁଆ: ଚମ୍ପୁଆ ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୬ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଛି । ଉକ୍ତ ଶିବିରରେ ମୋଟ ୫୧ ଗୋଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ବ୍ୟକ୍ତିଗତ, ଭତ୍ତା, ଆବାସ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉପଖଣ୍ଡ ଚିକିସôାଳୟରେ ଡାକ୍ତର ଅଭାବ ଆଦି ସମ୍ପର୍କିତ ପଞ୍ଜୀକୃତ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭିନ୍ନ ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେଏସପି ନିତିନ କୁଶଲକର, ଡିଏଫଓ- ଡି.ହନୁମନ୍ତ ଧନରାଜ, ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣ, ଅତିରିକ୍ତ ଜିଲ୍ଲାପାଳ ମୁରଲୀଧର ମହାଲିକ, ସିଡିଏମଓ ଡଃ ,ବି.ବି.ମିଶ୍ର ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ ,ତହସିଲଦାର ସଜତ୍ ମାର୍କେ ଏବଂ ବିଡିଓ ସ୍ମୃତି ରଞ୍ଜନ ସାହୁ ପ୍ରମୁଖ ଶିବିରରେ ଉପସ୍ଥିତ ଥିଲେ ।