ସମିତି ସଭ୍ୟ ଓ ଠିକା ସଂସ୍ଥା ବିବାଦ, ଥାନାରେ ମାମଲା


ାା ପ୍ରଭାନୁ୍ୟଜ୍ ।ା ତିହିଡ଼ି,  : ଭଦ୍ରକ ଜିଲ୍ଲା ତିହିଡି ଓ ବାସୁଦେବପୁର ବ୍ଲକର ମଧ୍ୟମସ୍ଥଳ ·ରିବାଟିଆସ୍ଥିତ ସେତୁ ନିର୍ମାଣକାରୀ ସଂସ୍ଥାର କର୍ମ·ରୀ ଓ ସାହାପୁର ପଞ୍ଚାୟତର ସମିତି ସଭ୍ୟ ମଧ୍ୟରେ ହୋଇଥିବା ବିବାଦ ଓ ଗଣ୍ଡଗୋଳକୁ ନେଇ ନାୟାକାଣିଡିହି ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ମାଝୀଙ୍କ ଏତଲା ମୂଳେ ସ୍ଥାନୀୟ ·ରିବାଟିଆ ଗାଁର ରଜତ ମହାନ୍ତି ଓ ତାଙ୍କ ସ୍ତ୍ରୀ ବାସନ୍ତୀ ମହାନ୍ତିଙ୍କ ବିରୋଧରେ ଏକ ମାମଲା ୧୭୧/୨୪, ଦଫା ୧୨୬(୨), ୧୧୫(୨), ୨୯୬(ବି), ୩୯୧(୩), ୩୦୩(୨), ୩(୫)୩(୧) (ଆର)(ଏସ) ଏବଂ ୩(୨)(ଭି)ଏ) ରୁଜୁ ହୋଇଛି । ·ରିବାଟିଆ ସେତୁ ନିର୍ମଣାକାରୀ ଠିକା ସଂସ୍ଥାର କର୍ମ·ରୀମାନେ ଗ୍ରାମର ବିଦୁ୍ୟତ ଖୁଣ୍ଟରୁ ଜମ୍ପର ପକାଇ ବିଦୁ୍ୟତ ନେଇଥିବା ଶ୍ରୀ ମାଝୀ କେତେକ ଲୋକଙ୍କ ଠାରୁ ଜାଣିବାକୁ ପାଇଥିଲେ । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଲୋ-ଭୋଲଟେଜ୍ ହେଉଛି ଏବଂ ଟ୍ରାନ୍ସଫର୍ମର ପୋଡି ଯିବାର ସମ୍ଭାବନା ରହିଥିବା ସନେ୍ଦହ କରିଥିଲେ । ଠିକା ସଂସ୍ଥା ବିଭାଗ ପକ୍ଷରୁ ବିଦୁ୍ୟତ ସଂଯୋଗ ନନେଇ ଏପରି କରିଥିବା ସେ ଏସଡିଓଙ୍କୁ ଅବଗତ କରିଥିଲେ । ମାତ୍ର ଉକ୍ତ ସଂସ୍ଥା କୌଣସି ସଂଯୋଗ ନେଇନଥିବା ତାଙ୍କ ଠାରୁ ଶୁଣିବା ପରେ ଶ୍ରୀ ମାଝୀ ଜଣେ ଲୋକପ୍ରତିନିଧିଭାବେ ଗତ ତା ୦୭.୦୭.୨୪ରିଖ ଦିବା ପ୍ରାୟ ୩.୩୦ ଘଟିକାରେ ସେଠାକୁ ଯାଇ ସଂସ୍ଥାର କ୍ୟାମ୍ପକୁ ଯାଇ କର୍ମ·ରୀ ବବୁଲୁ ତରେଇଙ୍କୁ ଜମ୍ପର କାହିଁକି ପକାଉଛ ବୋଲି ପ·ରିଥିଲେ । ଏହି ସମୟରେ ସ୍ଥାନୀୟ ଅଞ୍ଚଳର ରଜତ ମହାନ୍ତି ଓ ତାଙ୍କ ସ୍ତ୍ରୀ ବାସନ୍ତୀ ମହାନ୍ତି ତାଙ୍କୁ ଜାତିଗୋତ୍ର ଉଠାଇ ଗାଳି ଗୁଲଜ କରିବା ସହିତ ବିଧା ଓ ଗୋଇଠା ମାରି ସଂଜ୍ଞାହୀନ କରି ଦେଇଥିଲେ । ପରେ ତାଙ୍କ ବେକରୁ ଅଳଙ୍କାର ଲୁଟି ନେଇଥିଲେ । ପରଦିନ ଏତଲା ଦେବାକୁ ଯାଇଥିବା ବେଳେ ଫେରିଘାଟ ପାଶ୍ୱର୍ରେ ଅପରପକ୍ଷ ବାସନ୍ତୀ ମହାନ୍ତି ତାଙ୍କୁ ଦଉଡିରେ ବାନ୍ଧିବାକୁ ଉଦ୍ୟମ କରିବାରୁ ସେ ଡଙ୍ଗାରୁ ଉହ୍ଲାଇ ଖସି ପଳେଇ ଯାଇଥିବା ଶ୍ରୀ ମାଝୀଙ୍କ ଏତଲାରେ ଦର୍ଶାଯାଇଛି । ଅନ୍ୟପଟେ ଠିକା ସଂସ୍ଥା ବିକେମ ଇନଫ୍ରା ପ୍ରୋଜେକ୍ଟ ପ୍ରାଇଭାଟେ ଲିମିଟେଡ୍ କମ୍ପାନୀର ଇଞ୍ଜିନିୟର ବାବୁଲୁ ତରେଇଙ୍କ ଏତଲାକ୍ରମେ  ସମିତି ସଭ୍ୟ ପ୍ରକାଶ ମାଝୀ ଓ ବାବୁ ବିଶ୍ୱାଳଙ୍କ ବିରୋଧରେ ଅନ୍ୟ ଏକ ମାମଲା ୧୭୨/୨୪, ଦଫା ୧୨୬(୨), ୨୯୬(ବି), ୧୧୫(୨), ୩୦୮(୨), ୩୫୧(୩) ଓ ୩(୫) ରୁଜୁ ହୋଇଛି । ସେଦିନ ଉପରୋକ୍ତ ଅଭିଯୁକ୍ତମାନେ କ୍ୟାମ୍ପକୁ ଯାଇ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ଏକ ଲକ୍ଷ ଟଙ୍କା ·ନ୍ଦା ମାଗିଥିଲେ । ·ନ୍ଦା ନଦେଲେ ବାହାରି ପାରିବୁ ନାହିଁ ବୋଲି ଧମକ ଦେଇଥିଲେ । ଶ୍ରୀ ତରେଇଙ୍କ ପକ୍ଷେ ଏହା ସମ୍ଭବ ନୁହେଁ ତାଙ୍କ ପ୍ରକଳ୍ପ ମ୍ୟାନେଜରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କହିବାରୁ ସେମାନେ ବେକରେ ଭୁଜାଲୀ ଲଗେଇ ହାତଗୋଡକୁ ବାନ୍ଧି ନଦୀକୁ ଫିଙ୍ଗି ଜୀବନରି ମାରିଦେବାକୁ ଧମକ ଦେଇଥିଲେ । ପରେ ତଣ୍ଟିକୁ ଚିପି ଅଣନିଶ୍ୱାସୀ କରି ବିଧା ଗୋଇଠା ମାରି ଗାଡିରେ ବସାଇ କୁଆଡେ ନେଇ ଯାଇଥିବା ଏତଲାରେ ଦର୍ଶାଯାଇଛି । ଏଠାରେ ସୂଚନା ଥାଉକି, ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ଜନସାଧାରଣଙ୍କର ବହୁ ଦିନର ଦାବି ମନ୍ତେଇ ନଦୀ ଉପରେ ପୋଲ ନିର୍ମାଣ କରିବା ପାଇଁ ଦାବି ହୋଇ ଆସୁଥିଲା  । ବହୁ କଟକଣା ଓ ପ୍ରତିବନ୍ଧକକୁ ଅତିକ୍ରମ କରି ନିରନ୍ତର ଭାବେ ଉଦ୍ୟମ ଜାରି ରଖି ବାସୁଦେବପୁର ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ପ୍ରଚେଷ୍ଟା ସଫଳ ରୂପ ନେଇଥିଲା  । ନିର୍ବାଚନ ଅବ୍ୟବହିତ ପୂର୍ବରୁ ମନ୍ତ୍ରୀଙ୍କ କରକମଳରେ ଶିଳାନ୍ୟାସ କରାଯାଇଥିଲା  । ମନ୍ତେଇ ନଦୀର ଚାରବାଟିଆ ଓ ବାଲିଆପାଳ ଘାଟର ପ୍ରତିଦିନ ହଜାର ହଜାର ଲୋକ ଯାତାୟତ କରୁଛନ୍ତି ଡଙ୍ଗାରେ  । ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିଲା  । ଦୁଇ ନିର୍ବାଚନ ମଣ୍ଡଳୀର ଲୋକମାନଙ୍କର ଦୀର୍ଘ ବର୍ଷର ଦାବୀ ପୂରଣ ହେବାକୁ ଯାଉଛି  । ତେବେ ଏହି କମ୍ପାନୀ ସଂପ୍ରତି ନିର୍ମାଣ କାର୍ଯ୍ୟାରମ୍ଭ କରିଛି । ତେବେ କମ୍ପାନୀ କର୍ମ·ରୀଙ୍କ ପ୍ରତି ଜଣେ ଲୋକପ୍ରତିନିଧିଙ୍କ ଏତାଦୃଶ ବ୍ୟବହାର ସାଧାରଣରେ ବେଶ ଚର୍ଚ୍ଚା ହେଉଛି । ଉଭୟ ମାମଲାରୁ ତଦନ୍ତ ·ଲୁ ରହିଛି । ତେବେ ପୁଲିସ ଆଗକୁ କି ପ୍ରକାର ପଦକ୍ଷେପ ନେଉଛି ତାହାକୁ ଅପେକ୍ଷା କରିଛନ୍ତି ଦୁଇ ଏତଲାକାରୀ ।