କଳିଙ୍ଗା ଘାଟି ରାସ୍ତା ସିଲ
ଭୁବନେଶ୍ୱର : ବାତ୍ୟା ମୋନ୍ଥା ପାଇଁ କଳିଙ୍ଗା ଘାଟି ରାସ୍ତା ସିଲ କଲା ଭଞ୍ଜନଗର ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଳିଙ୍ଗା ଘାଟିରେ ଭୂସ୍ଖଳନ ହେବା ଆଙ୍କାରେ ସିଲ କରାଯାଇଛି । ଗତ ମାସରେ ହୋଇଥିବା ଭୂସ୍ଖଳନ କାରଣରୁ ଘାଟିରେ ଜାନବାହାନ ଯାତାୟତକୁ ବନ୍ଦ କରାଯାଇଥିଲା । ଏପର୍ଯ୍ୟନ୍ତ ରାସ୍ତା କାମ ସରିନଥିବା ବେଳେ କଳିଙ୍ଗା ଘାଟିରେ ମରାମତି କାମକୁ ବନ୍ଦ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସମସ୍ତ ଶ୍ରମିକଙ୍କୁ ଘାଟି ତଳକୁ ଅଣାଯାଇଛି । ଗତକାଲି ରାତିରୁ ବାତ୍ୟା ପ୍ରଭାବରେ ଭଞ୍ଜନଗର ଓ ଆଖପାଖ ଅଞ୍ଚଳରେ ବର୍ଷା ଲାଗିରହିଛି ।