ସମ୍ବିଧାନ ହତ୍ୟା ଦିବସ ପାଳିତ
ହିଞ୍ଜିଳିକାଟୁ : ୧୯୭୫ ମସିହାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜୁନ୍ ୨୫ରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ଭାରତୀୟ ଇତିହାସର କଳା ଦିବସ ଭାବେ ପାଳନ କରିଛି ଘୁମୁସର ଜିଲ୍ଲା ବିଜେପି । ବିଜେପି ପକ୍ଷରୁ ପାର୍ଟି କାର୍ଯ୍ୟଳୟ ଠାରେ ଜିଲ୍ଲା ବିଜେପି ସଭାପତି ବିଜୟ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏହି ଦିବସ ପାଳିତ ହୋଇଛି । ଏହି ସଭାରେ ଜିଲ୍ଲା ଉପସଭାପତି ମାଧବ ଗୌଡ଼, ହିଞ୍ଜିଳିକାଟୁ ପୂର୍ବତନ ନଗର ସଭାପତି ସନ୍ତୋଷ ପାଣିଗ୍ରାହୀ, ପ୍ରସନ୍ନ ପାଢୀ, ଶ୍ରୀକାନ୍ତ ମହାପାତ୍ର, ଜଗନ୍ନାଥ ପାତ୍ର, କଞ୍ଚୁରୁ ମଣ୍ଡଳ ସଭାପତି ରବିନ୍ଦ୍ର ପାଣିଗ୍ରାହୀ, ଜିତେନ୍ଦ୍ର ମହାରଣା, ସୁଧାଂଶୁ ଶେଖର ସାବତ, ସରପଞ୍ଚ କୃଷ୍ଣଚନ୍ଦ୍ର ସୁଆଁସିଆ, ଆଲୋକ ନାୟକ, ସୀତାରାମ ବେହେରା, ଗୋପି ଦଳାଇ, କୋରା ବେହେରାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।
ବିଶୋଇ ଦେଶରେ କଂଗ୍ରେସ ଜାରି କରିଥିବା ଜରୁରୀକାଳୀନ ପରିସ୍ଥିତିକୁ ୫୦ ବର୍ଷ ପୁରିଛି । ଏହି ଅବସରରେ ମୟୁରଭଞ୍ଜ ବିଜେପି ପକ୍ଷରୁ ଜିଲ୍ଲା ବିଶୋଇ ଡାକ ବଙ୍ଗଳା ଠାରେ କଳା ଦିବସ ପାଳିତ ହୋଇଯାଇଛି । ଏହି ମର୍ମରେ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଛି । ଏହି ସଭାରେ ଅତିଥି ଭାବେ ସାରସକଣା ବିଧାୟକ ଭାଦଭ୍ ହାଁସଦା, ଆଇନଜୀବୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତି, ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ବିଜେପି ସଭାପତି ଝୁରିଲାଲ ମହାନ୍ତି ଯୋଗଦେଇ ଜରୁରୀକାଳୀନ ପରିସ୍ଥିତି ଜାରି ସମୟ ଲୋକତନ୍ତ୍ରର କଳା ଅଧ୍ୟାୟ ଥିଲା । ଯେଉଁଥିରେ ଲୋକଙ୍କଠୁ ତାଙ୍କର ମୌଳିକ ଅଧିକାର ଛଡ଼ାଇ ନିଆଯାଇଥିଲା ଏବଂ ଗଣମାଧ୍ୟମର ସ୍ୱାଧୀନତାକୁ ମଧ୍ୟ ହତ୍ୟା କରାଯାଇଥିଲା ବୋଲି କହିଥିଲେ । ଏଥିରେ ବିଶୋଇ ମଣ୍ଡଳ ସଭାପତି ବନମାଳୀ ଗିରି ସଭା ପରିଚାଳନା କରିଥିଲେ । ସମିତି ସଭ୍ୟ ଦିଲ୍ଲୀପ ଗିରି, ଆନନ୍ଦ ରାମ, ମଣଦା ମଣ୍ଡଳ ସଭାପତି ପ୍ରଭାତ ରଞ୍ଜନ ଗିରି, ଦୁର୍ଗା ପ୍ରସାଦ, ଶୁଭାଶିଷ ବେହେରା, ତପନ ମହାନ୍ତି, ଚୈତନ୍ୟ ପୂର୍ତ୍ତି, ମହେନ୍ଦ୍ର ମୁର୍ମୁ, ଲୋକନାଥ ପାତ୍ର, ଗଣେଶ୍ୱର ପାତ୍ର, ବାଲାଇ ସୋରେନ, ଜିତ୍ ମୋହନ ଗିରି, ଶୋଷଧର ଗିରି ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ରାଜବାଟୀ ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୧୯୭୫ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ । ତେବେ ୫୦ବର୍ଷ ତଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ସମ୍ବିଧାନକୁ ହତ୍ୟା କରିଥିବା କଂଗ୍ରେସ ଦଳର ବର୍ତ୍ତମାନ ମଧ୍ୟ ଏକଛତ୍ରବାଦୀ ମାନସିକତା ରହିଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ବର୍ତ୍ତମାନ ପଦ୍ଧତି ବଦଳିଛି କିନ୍ତୁ କଂଗ୍ରେସର ସେହି ଆଭିମୁଖ୍ୟ ରହିଛି । ଲୋକଙ୍କୁ ସଚେତନ କରିବା ଉଦେ୍ଦଶ୍ୟରେ ଏହି ଦିବସକୁ କଳା ଦିବସ ଭାବେ ପାଳନ କରାଯାଉଥିବା ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି । ଏହା ୨୫ ରିଖରୁ ଆସନ୍ତା ୩୦ ରିଖ ପର୍ଯ୍ୟନ୍ତ ପାଳନ କରାଯିବ । ପ୍ରତ୍ୟେକ ବିଧାନସଭା, ମଣ୍ଡଳସ୍ତରରେ ଲୋକଙ୍କୁ କଳା ଦିବସ ଉପରେ ସଚେତନତା କରାଯିବା ସହ ଜିଲ୍ଲାସ୍ତରରେ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଜିଲ୍ଲା ବିଜେପି ଉପସଭାପତି ଶ୍ୟାମସୁନ୍ଦର ପୁରୋହିତ, ବରିଷ୍ଠ ନେତା ମନୋରଞ୍ଜନ ଦାଶ ଓ ସତ୍ୟାନନ୍ଦ ପାଣ୍ଡେ ପ୍ରମୁଖ ଯୋଗ ଦେଇଥିଲେ ।
ଅନୁଗୁଳ ଆଜକୁ ୫୦ ବର୍ଷ ପୂର୍ବେ ୧୯୭୫ ଜୁନ୍ ୨୫ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ । କଂଗ୍ରେସ ଏହି କଳା ଅଧ୍ୟାୟରେ କେବଳ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକୁ ବଳି ଦେଇଥିଲା ତାହା ନୁହେଁ ବରଂ ଗଣମାଧ୍ୟମର ସ୍ୱାଧୀନତା, ନ୍ୟାୟପାଳିକାର ନିରପେକ୍ଷତା ଏବଂ ନାଗରିକଙ୍କ ମୌଳିକ ଅଧିକାରକୁ ମଧ୍ୟ କ୍ଷୁର୍ଣ୍ଣ କରିଥିଲା ବୋଲି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏଥିରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା କଳା ଦିବସ ପାଳନ କାହିଁକି କରାଯାଉଛି ସେ ନେଇ ମତ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ରୁଦ୍ର ନାରାୟଣ ପାଣି, ବିଧାୟକ ଅଗସ୍ତି ବେହେରା, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ବୁଦ୍ଧିଜୀବୀ ପ୍ରମୁଖ ବିଶ୍ୱରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କଳା ଦିବସ ଉପରେ ତଥ୍ୟ ପ୍ରଦାନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀକୁ ଜୋନାଲ ମିଡିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ସଂଯୋଜନା କରିଥିଲେ ।
ଆନନ୍ଦପୁର ୧୯୭୫ ମସିହା ଜୁନ ମାସ ୨୫ ତାରିଖ ଆଜିର ଦିନରେ ଦେଶର ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସମ୍ବିଧାନକୁ ହତ୍ୟାକରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ । ଏହାକୁ ସାରା ଦେଶ କଳା ଦିବସ ରୂପେ ପାଳନ କରୁଛି । ଆନନ୍ଦପୁର ନଗର ମଣ୍ଡଳ ପକ୍ଷରୁ ଗାୟତ୍ରୀ ମନ୍ଦିର ପରିସରରେ କଳା ଦିବସ ପାଳିତ ହୋଇଯାଇଛି । ମଣ୍ଡଳ ସଭାପତି ହେମନ୍ତ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଅତିଥୀ ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥୀ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ବିଜେପି ନେତା ରାମଚନ୍ଦ୍ର ସାହୁ, ଜିଲ୍ଲା ଉପସଭାପତି ନିରାକାର ଦଳେଇ, ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ର ଯୋଗ ଦେଇ ଆଜିକୁ ୫୦ ବର୍ଷ ତଳେ ଆଜିର ଦିନରେ କିପରି ତକ୍ରାଳୀନ କେନ୍ଦ୍ରରେ ଥିବା କଂଗ୍ରେସ ସରକାରଙ୍କ ଦ୍ୱାରା ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରିକରି ସମ୍ବିଧାନଳଙ୍କ ହତ୍ୟା କରାଯାଇଥିଲା ସେସମ୍ପର୍କରେ ସେମାନଙ୍କ ମତ ଉପସ୍ଥାପନ କରିଥିଲେ । ଶତାଧିକ ଦଳୀୟ କାର୍ଯ୍ୟକର୍ତା ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିବା ସହିତ ଆଗାମୀ ଦିନରେ ଦଳ କିପରି ଅଧୀକରୁ ଅଧୀକ ଶକ୍ତିଶାଳୀ ହୋଇ ପାରିବ ସେନେଇ ଆଲୋଚନା କରିଥିଲେ ।
ଉମରକୋଟ ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ବିଜେପି କାର୍ଯ୍ୟାଳୟ ଠାରେ କଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ଆଲୋଚନା ଚକ୍ର ହୋଇଥିଲା । ଏହି ବୈଠକରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପାଢୀ, ସାଂସଦ ପ୍ରତିନିଧି ରାମ ନାୟକ, ନଗର ସଭାପତି ସନ୍ତୋଷ ଶର୍ମା, ବିଧାନସଭା ସଂଯୋଜକ ଶୁରେସ ଆଚାର୍ଯ୍ୟ, ପୂର୍ବତନ ନଗର ସଭାପତି ଗୋପୀନାଥ ସାହୁ ଆପାତକାଳ ସମୟର କଳଙ୍କିତ ଦୃଶ୍ୟାବଳିକୁ କାର୍ଯ୍ୟକର୍ତାଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ନଗର ସାଧାରଣ ସମ୍ପାଦକ ପ୍ରଭାତ ନାୟକ ଏହି ବୈଠକ ପରିଚାଳନା କରିଥିବା ବେଳେ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ରେମୁଣା ରେମୁଣା ବିଜେପି ପକ୍ଷରୁ ରେମୁଣା ମନ୍ଦିର ଛକ ନିକଟସ୍ଥ ହନୁମାନ କଲ୍ୟାଣ ମଣ୍ଡପରେ କଳା ଦିବସ ପାଳନ ହୋଇଯାଇଛି । ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ, ସଦର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଜିଲ୍ଲା ସୋସିଆଲ ମିଡ଼ିଆ କୋର୍ଡିନେଟର ଶ୍ରୀନିବାସ ପ୍ରଧାନ, ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ମହେଶ୍ୱର ପ୍ରଧାନ, ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ଲମ୍ବୋଦର ପ୍ରଧାନ, ପୂର୍ବତନ ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ ଏବଂ ରେମୁଣା ଅଞ୍ଚଳର ବୁଦ୍ଧିଜୀବୀ ସରୋଜ ଦାସ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ୧୯୭୫ ମସିହା ଆଜିର ଦିନରେ କଂଗ୍ରେସ ଶାସନ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ପରିବାର କ୍ଷମତା ରାଜନୀତି ତଥା ଏକଛତ୍ରବାଦୀ ମାନସିକତା ଯୋଗୁଁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ଭାରତୀୟ ଗଣତନ୍ତ୍ରର ଆତ୍ମାକୁ ହତ୍ୟା କରାଯାଇଥିଲା । ଏବଂ ସାଧାରଣ ଲୋକଙ୍କର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇ ବିନା କାରଣରେ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଜେଲ୍ ପଠାଯାଇଥିଲା ଏବଂ ଚତୁର୍ଥ ସ୍ତମ୍ଭର ସ୍ୱରକୁ ଦବାଇ ଦିଆଯାଇଥିଲା ବୋଲି ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଚଳିତ ବର୍ଷ ଏହି କଳା ଦିବସର ୫୦ ବର୍ଷ ପୂର୍ତ୍ତି ହେଉଛି । ଏହି ଅବସରରେ ଭାରତର ପ୍ରତ୍ୟେକ ନାଗରିକ ନିଜର ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ପ୍ରତି ସତର୍କ ଓ ସଚେତନ ରହିବା ଆବଶ୍ୟକ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ ।
ଢେଙ୍କାନାଳ ସ୍ଥାନୀୟ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ରାସ ବିହାରୀ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜନ କରାଯାଇ ସମ୍ବିଧାନ ହତ୍ୟା ଦିବସର ୫୦ବର୍ଷ ପୂର୍ତ୍ତି ପାଳନ କରାଯାଇଛି । ୧୯୭୫ ଜୁନ୍ ୨୫ ରିଖରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଘେଷଣା କରିଥିବା ଜରୁରୀକାଳୀନ ପରିସ୍ଥିତିକୁ ସମ୍ବିଧାନ ହତ୍ୟା ଦିବସ ଭାବେ ବିଜେପି ସାରା ଦେଶରେ ପାଳନ କରୁଛି । ଏହି ସଭାରେ ମୁଖ୍ୟଅତିଥି ଭାବେ ବିଜେପିର ବରିଷ୍ଠ ନେତା ତଥା ସାଂସଦ ରୁଦ୍ର ନାରାୟଣ ପାଣି ଯୋଗଦେଇ କିପରି ଭାବେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ସମ୍ବିଧାନ ଓ ଗଣତନ୍ତ୍ରକୁ ହତ୍ୟା କରିଥିଲେ ସେ ବାବଦରେ ଆଲୋଚନା କରିଥିଲେ । କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଓ ଢେଙ୍କାନାଳ ନଗରପାଳିକା ଜୟନ୍ତୀ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜରୁରୀକାଳୀନ ସମୟର ଅକଥନୀୟ ଅତ୍ୟାଚାର ଉପରେ ମତ ଦେଇଥିଲେ । ଜରୁରୀକାଳୀନ ସମୟରେ ଗିରଫ ହୋଇ ଜେଲ୍ ଭୋଗିଥିବା ଢେଙ୍କାନାଳ ଆର୍ଏସ୍ଏସ୍ର ଶରତ ଷଡଙ୍ଗୀ, ଦେବରାଜ ସାହୁ, ବିଶ୍ୱମ୍ବର ସାହୁ ଓ ଗଁଦିଆ ବ୍ଲକ୍ର ବାବାଜୀ ସ୍ୱାଇଁଙ୍କୁ ଏଥିରେ ସମ୍ବର୍ଦ୍ଧନା କରାଯାଇଥିଲା । ଜିଲ୍ଲା ବୁଦ୍ଧିଜୀବୀ ସେଲ୍ର ଆବାହକ ପ୍ରମୋଦ ନନ୍ଦ ଜରୁରୀକାଳୀନ ପରିସ୍ଥିତି ଉପରେ ବକ୍ତବ୍ୟ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ଓ କାର୍ଯ୍ୟକ୍ରମ ସଂଯୋଜକ ରତିକାନ୍ତ ସାହୁ ମଞ୍ଚାସୀନ ଥିଲେ । ଏଥିରେ ଜିଲ୍ଲା ସଭାପତି ରାସ ବିହାରୀ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ପୂର୍ବତନ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସଭାରେ ପୂର୍ବତନ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ଜିଲ୍ଲା ମିଡିଆ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲା ସାଧାରଣ ସମ୍ପାଦକ ସୁନିଲ୍ ଶର୍ମା, ଜିଲ୍ଲା ଉପସଭାପତି ବିଷ୍ଣୁ ପ୍ରସାଦ ଲେଙ୍କା, ଶିବ ପ୍ରସାଦ ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜିବ ମହାପାତ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସହଦେବ ପୃଷ୍ଟି, ନଗରମଣ୍ଡଳ ସଭାପତି ବିକାଶ ସାହୁ, ପୂର୍ବତନ ସଭାପତି ଧ୍ରୁବଚରଣ ସ୍ୱାଇଁ, ସାଂସଦଙ୍କ ବ୍ଲକ ପ୍ରତିନିଧି ରୁଦ୍ର ନାରାୟଣ ତ୍ରିପାଠୀ, ସମସ୍ତ ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ, ମୋର୍ଚ୍ଚା ସଭାପତି, ବରିଷ୍ଠ ନେତାଙ୍କ ସମେତ ୩୦୦ରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତା ଉପସ୍ଥିତ ଥିବା ବେଳେ ସହସଂଯୋଜିକା ଇତିଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।